କିମ୍‌ଙ୍କ ଭଉଣୀଙ୍କୁ ପଦୋନ୍ନତି, ହେଲେ ‘ଏକଛତ୍ରବାଦୀ’ ନମ୍ବର-୨…

ପୋୟଙ୍ଗୟାଙ୍ଗ,୩୦।୯: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଷ୍ଟେଟ୍‌ ଆଫେୟାର୍ସ କମିଶନ (ଏସ୍‌ଏସି)ର ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ଏହା ଦ୍ୱାରା ସେ ଏବେ କିମ୍‌ଙ୍କ ପରେ ‘ଏକଛତ୍ରବାଦୀ’ ନମ୍ବର-୨ ପାଲଟିଛନ୍ତି। ଏହି ନିଯୁକ୍ତିକୁ ଉତ୍ତରକୋରିଆ ସଂସଦ ସୁପ୍ରିମ୍‌ ପିପୁଲ୍ସ୍‌ ଆସେମ୍ବ୍ଲିର ମଞ୍ଜୁରୀ ମଧ୍ୟ ମିଳିଛି। ୟୋ ଜୋଙ୍ଗ୍‌ ବର୍ତ୍ତମାନ ସୁଦ୍ଧା କିମ୍‌ଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।କିଛି ଦିନ ପୂର୍ବରୁ ଏସ୍‌ଏସିର ୯ଜଣ ସଦସ୍ୟଙ୍କୁ ବରଖାସ୍ତ କରାଯାଇଥିଲା।

ୟୋ ଜୋଙ୍ଗ୍‌ ଦକ୍ଷିଣକୋରିଆ ଏବଂ ଆମେରିକାକୁ ବହୁ ଥର ଧମକ ମଧ୍ୟ ଦେଇ ସାରିଛନ୍ତି। କିଛି ମାସ ତଳେ ୟୋ ଜୋଙ୍ଗ ଙ୍କ ନିଦ୍ଦେର୍ଶରେ ଉତ୍ତରକୋରିଆ ଏବଂ ଦକ୍ଷିଣକୋରିଆ ସୀମାରେ ଥିବା ଏକ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା। ଏହି କାର୍ଯ୍ୟାଳୟକୁ ଦକ୍ଷିଣକୋରିଆ ନିର୍ମାଣ କରିଥିଲା।

Share