ସୌର ବିଦ୍ୟୁତ୍‌କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ ବୃଦ୍ଧି କରାଯାଇଛି ଏବଂ ଦେଶରେ ବୈଦ୍ୟୁତିକ ଯାନ ପାଇଁ ନୂତନ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ। ଦେଶରେ ସୌର ଶକ୍ତି ଉତ୍ପାଦନ ପାଇଁ ସୌର ପ୍ୟାନେଲ ଆଧାରିତ ବିଦ୍ୟୁତ୍‌ ପ୍ରକଳ୍ପର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।

ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ପାଇଁ ସରକାର ୨୫ ପ୍ରତିଶତ ବଜେଟ ଆବଣ୍ଟନ ବୃଦ୍ଧି କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସୀମାରେ ଅତିରିକ୍ତ ପରିସ୍ଥିତି ଥିବାରୁ ଏହି ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ବହୁତ ଧ୍ୟାନ ଦିଆଯାଉଛି।

ସେହିପରି ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ୩ କୋଟି ପରିବାରରେ ପହଞ୍ଚିବ। ସରକାରୀ କ୍ରୟ କାଗଜହୀନ ହେବ। ରପ୍ତାନିକୁ ପ୍ରୋତ୍ସାହନ ଦେବା ପାଇଁ ଏସ୍‌ଇଜେଡ୍‌ ସ୍ଥାନରେ ଏକ ନୂତନ ନିୟମ ଅଣାଯିବ। ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ ହେବ। ମହିଳାମାନଙ୍କ ପାଇଁ ୩ଟି ନୂତନ ଯୋଜନା ଆରମ୍ଭ ହୋଇଛି। ୨୦୨୨ରେ ୫-ଜି ସେବା ଆରମ୍ଭ ହେବ ଏବଂ ଗ୍ରାମଗୁଡିକରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଟେଲିକମ କ୍ଷେତ୍ରରେ ନୂତନ ଚାକିରିର ସୁଯୋଗ ଅନୁସନ୍ଧାନ କରାଯିବ ।

Share