୨୦ ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ୨୦ଜଣ ଡାକ୍ତରଙ୍କ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ୮ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ପ୍ରଫେସର ର଼୍ୟାଙ୍କ୍‌ ଓ ୧୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସୋସିଏଟ୍‌ ପ୍ରଫେସର ର଼୍ୟାଙ୍କ୍‌କୁ ପଦୋନ୍ନତି ମିଳିଛି। ତେବେ ୧୬ଜଣଙ୍କୁ ପଦୋନ୍ନତି ସହିତ ଅନ୍ୟ ମେଡିକାଲ କଲେଜକୁ ବଦଳି କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇଟି ବିଜ୍ଞପ୍ତି ପ୍ରକାଶ ପାଇଛି। ୮ଜଣ ଆସୋସିଏଟ୍‌ ପ୍ରଫେସରଙ୍କ ମଧ୍ୟରେ କଟକ ଏସ୍‌ସିବିର ୫ଜଣ ଥିବାବେଳେ ବ୍ରହ୍ମପୁର ଏମ୍‌କେସିଜିର ୩ଜଣ ଓ ଜଣେ ବଲାଙ୍ଗୀର ବିବିଏମ୍‌ସିଏଚ୍‌ର ଅଛନ୍ତି। ସେହିପରି ୧୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମଧ୍ୟରେ ୮ଜଣ କଟକ ଏସ୍‌ସିବି ଓ ୨ଜଣ ବ୍ରହ୍ମପୁର ଏମ୍‌କେସିଜିର ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Share