୭୨ ଓଇଏସ୍‌ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଓଡ଼ିଶା ଶିକ୍ଷା ସେବା (ଓଇଏସ୍‌) ଅନ୍ତର୍ଗତ ବିଭିନ୍ନ ବର୍ଗର ୭୨ଜଣ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଏ ନେଇ ସୋମବାର ବିଭାଗ ପକ୍ଷରୁ ଦୁଇଟି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ସଂଖ୍ୟା ୯୭୩୮ ଅନୁସାରେ, ଓଡ଼ିଶା ଶିକ୍ଷା ସେବା ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରୁ ୬୩ ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତି ସ୍ତର ଓଡ଼ିଶା ଶିକ୍ଷା ସେବା ପ୍ରଥମ ଶ୍ରେଣୀ ବରିଷ୍ଠକୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କୁ ବିଭିନ୍ନ ଜିଲାରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ବା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବିଜ୍ଞପ୍ତି ସଂଖ୍ୟା ୯୭୪୭ ଅନୁସାରେ, ଓଡ଼ିଶା ଶିକ୍ଷା ସେବା ପ୍ରଥମ ଶ୍ରେଣୀ ବରିଷ୍ଠ ବର୍ଗରୁ ୯ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତି ସ୍ତର ଓଡ଼ିଶା ଶିକ୍ଷା ସେବା ସୁପର ଟାଇମ୍‌ ସ୍କେଲକୁ ପଦୋନ୍ନତି କରାଯାଇଛି। ଏମାନଙ୍କୁ ବିଭିନ୍ନ ଜିଲାରେ ଜିଲା ଶିକ୍ଷା ଅଧିକାରୀ ଅଥବା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟରେ ଯୁଗ୍ମ ନିର୍ଦ୍ଦେଶକ ବା ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାରେ ପରୀକ୍ଷା ନିୟନ୍ତ୍ରକ ଭାବେ ଅବସ୍ଥାପିତ କରାଯାଇଛି।

Share