ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଏସପି ବ୍ରିଜେଶ କୁମାର ରାୟଙ୍କ ଡିଆଇଜି ଭାବେ ପଦୋନ୍ନତିି ହୋଇଛି। ୨୦୦୯ ବ୍ୟାଚର ଆଇପିଏସ ଅଫିସର ରାୟ ପ୍ରଥମେ ନବରଙ୍ଗପୁର ଜିଲାରେ ନିଯୁକ୍ତି ପାଇଥିଲେ। ଏହାପରେ କଳାହାଣ୍ଡି ଓ ଅନୁଗୋଳ ଜିଲାରେ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇ ୨୦୧୮ ମାର୍ଚ୍ଚ ୨୨ ତାରିଖରୁ ଗଞ୍ଜାମ ପୋଲିସ ଜିଲାକୁ ଆସଥିଲେ। ଭୟମୁକ୍ତ ଗଞ୍ଜାମ, ନାଗରିକମାନଙ୍କୁ ସୁରକ୍ଷା ଯୋଗାଇବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ପ୍ରାଥମିକତା ଦେବା ସହ ଅପରାଧୀ କ୍ଲିନ ଗଞ୍ଜାମ ମିଶନକୁ ଆଗେଇ ନେଇଥିଲୋ। ଆସନ୍ତା ନିର୍ଦ୍ଦେଶ ଓ ପୋଷ୍ଟିଂ ପର୍ଯ୍ୟନ୍ତ ସେ ଏଠାରେ ଏସ୍‌ପି ଭାବେ କାର୍ଯ୍ୟ ତୁଲାଇବେ।