ଉତ୍ତରଦାୟିତ୍ୱରୁ ଖସିବା ପାଇଁ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର

ନୂଆଦିଲ୍ଲୀ,୬ା୭(ପି.ଟି.): ୨୯୪ ଯାତ୍ରୀଙ୍କ ଜୀବନ ନେଇଥିବା ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗରେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ରେଳ ମନ୍ତ୍ରଣାଳୟ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର ଚଳାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ଗୁଡ଼ିକର ଉଦ୍‌ଘାଟନ ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ‘ଭୁଲ୍‌ ପ୍ରାଥମିକତା’ ଯୋଗୁ ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି ଘଟିଲା। କେନ୍ଦ୍ର ହେଡ୍‌ଲାଇନ୍‌ ମ୍ୟାନେଜମେଣ୍ଟରେ ବ୍ୟସ୍ତ ରହିଛି ବୋଲି ଜୟରାମ ଟୁଇଟ୍‌ କରିଛନ୍ତି। ଭୁଲ୍‌ ସଙ୍କେତ ଯୋଗୁ ୩ଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ କମିଶନର ଅଫ୍‌ ରେଲଓ୍ବେ ସେଫ୍ଟିଙ୍କ ଉଚ୍ଚସ୍ତରୀୟ ତଦନ୍ତରୁ ଜଣାପଡ଼ିବା ପରେ ଜୟରାମଙ୍କ ଏହି ମନ୍ତବ୍ୟ ଗୁରୁତ୍ୱ ବହନ କରେ। ଜୟରାମ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ଅନ୍ତର୍ଘାତୀ ସିଦ୍ଧାନ୍ତର ପରିକଳ୍ପନା ଓ ପ୍ରଚାର ଚଳାଇଛନ୍ତି। ଲୋକେଶନ୍‌ ବକ୍ସର ଓ୍ବାୟରିଂରେ ଥିବା ଏକ ତ୍ରୁଟିକୁ ସିଗ୍‌ନାଲ ଆଣ୍ଡ୍‌ ଟେଲିକମ୍‌ (ଏସ୍‌ଆଣ୍ଡ୍‌ଟି) ଷ୍ଟାଫ୍‌ ଗତ ୫ ବର୍ଷ ମଧ୍ୟରେ ଧରି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସର୍କିଟ୍‌ଗୁଡ଼ିକର ଭୁଲ୍‌ ଲେବେଲିଂ ଓ ସର୍କିଟ୍‌ କାମ କରୁଛି କି ନାହିଁ ତାହା ଯାଞ୍ଚ ନ କରିବା ହେଉଛି ସବୁଠୁ ବଡ଼ ବିଫଳତା ବୋଲି ଜୟରାମ କହିଛନ୍ତି। ପ୍ରକାଶ ଯେ, ଜୁନ୍‌ ୨ରେ ବାହାନଗା ବଜାର ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌, ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ ଓ ଏକ ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହୋରୁ ୨୯୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

ମୋହନ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୯ଟି ସହର ଓ ପଞ୍ଚାୟତରେ ମଦ ବନ୍ଦ

ନୂଆଦିଲ୍ଲୀ,୧।୪: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ବନ୍ଦ ହେବ ମଦ। ପ୍ରାରମ୍ଭିକ ଭାବେ ଏପ୍ରିଲ ୧ ଅର୍ଥାତ୍‌ ଆଜିଠାରୁ ୧୯ସହରରେ ମଦ ନିଷେଧ କରାଯାଇଛି। ଏନେଇ...

ଭାରତରେ ହେବ ଭୟଙ୍କର ଭୂକମ୍ପ? ଡରାଉଛି IIT ବୈଜ୍ଞାନିକଙ୍କ ଚେତାବନୀ

କାନପୁର,୧।୪: ଶୁକ୍ରବାର (ମାର୍ଚ୍ଚ ୨୮) ଅପରାହ୍ନରେ ମ୍ୟାନମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ମ୍ୟାନମାରରେ...

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା...

Moody’s Report: ବିଶ୍ୱରେ ମୋଦିଙ୍କ ଜଲଓ୍ବା, G-20 ଦେଶମାନଙ୍କ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ସବୁଠୁ ଦ୍ରୁତ

ନୂଆଦିଲ୍ଲୀ,୧।୪: ୨୦୨୪-୨୫ ବର୍ଷରେ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇବ, ଯାହା G-୨୦ର ବିକଶିତ ଏବଂ ଉଦୀୟମାନ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ହେବ...

ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି…

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳର ରେଞ୍ଜର ଏସ୍‌.ଏସ୍‌.ବଳୀୟାରସିଂଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଛି।...

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image