ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା ସିନେମାଟୋଗ୍ରାଫରଙ୍କଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ରୋଚକ କଥା ହେଉଛି ଫିଲ୍ମ ଶୁଟିଂ ପାଇଁ ଯେଉଁ ବନ୍ଧୁ ବ୍ୟବହାର କରାଯାଉଥିଲା, ସେହି ବନ୍ଧୁକରୁ ଏହି ଅଘଟଣ ଘଟିଛି।
ସେଣ୍ଟା ଫେ-ଫିଲ୍ମ ସେଟରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଏହି ଫିଲ୍ମରେ ବାଲ୍ଡୱିନ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ବାଲ୍ଡୱିନ ଭୁଲ୍‌ରେ ଏହି ଗୁଳି ଚଳାଇଥିଲେ,ଯାହା ମହିଳା ସିନେମାଟୋଗ୍ରାଫର ହାଲୟନା ହଚିନ୍‌ଙ୍କ ଶରୀରରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ମାମଲା ରୁଜୁ ହୋଇନାହିଁ। ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି। ତେବେ ଶୁଟିଂ ପାଇଁ ବ୍ୟବହୃତ ବନ୍ଧୁକରେ କିପରି ଜୀବନ୍ତ ଗୁଳି ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

Share