ନିଶା ମାଫିଆ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବୁଗୁଡା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ କୋଲକାତାର
ଏକ ପ୍ରାଧିକୃତ ସଂସ୍ଥା ଅଧିକାରୀମାନେ ଏହି ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି। ଏଥିରେ ନିଶା ମାଫିଆ ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୫ ବ୍ୟବସାୟିକ କୋଠା, ୮ ଟି ଜମି ଓ ୫୯୫ ଗ୍ରାମର ସୁନା ଥିବା ଜଣାପଡିଛି।

ପ୍ରକାଶ ଯେ, ଗତ ଏପ୍ରିଲ ମାସ ରେ ଭୁବନେଶ୍ବରର ଏସ୍‌ଟିଏଫ୍‌ର ୭ ଜଣିଆ ଟିମ ଅତର୍କିତ ଭାବେ ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ଘରେ ରାତି ତମାମ ଚଢାଉ କରିଥିଲେ। ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ, ଅଫିମ ଜବତ କରାଯାଇଥିଲା। ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ସେମାନେ ବେଆଇନ ଭାବେ ସମ୍ପତ୍ତି ଅର୍ଜନ କରିଥିବା ଜଣାପଡ଼ିବା ପରେ ଏବେ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି।

Share