ଇମ୍ରାନଙ୍କ ସରକାର ସମୟରେ ସ୍ତ୍ରୀଙ୍କ ବନ୍ଧୁଙ୍କ ସମ୍ପତ୍ତିରେ ହୋଇଛି ବୃଦ୍ଧି: ରିପୋର୍ଟ…

ଇସଲାମାବାଦ,୬।୩ : ଗୋଟିଏ ପଟେ ଗିରଫ ହେବାର ଖଣ୍ଡା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି। ଏଥି ସହ ଇମ୍ରାନଙ୍କ ତତ୍କାଳୀନ ସରକାର ସମୟରେ ତାଙ୍କ ସ୍ତ୍ରୀଙ୍କ ବନ୍ଧୁ ଫରହତ ଶେହଜାଦିଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଥିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂରାଜୀ ଖବରକାଗଜ ଦ ନ୍ୟୁଜ ଇଣ୍ଟରନ୍ୟାଶନାଲର ରିପୋର୍ଟରେ ଏହା ଦାବି କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଇମ୍ରାନ ଖାନ ବିଦେଶରେ ଥିବା ପାକିସ୍ତାନୀମାନଙ୍କୁ ଦେଶରେ ପୁଞ୍ଜି ବିନିଯୋଗ କରିବାକୁ ନିବେଦନ କରୁଥିବାବେଳେ ଫରହତ ଏବଂ ତାଙ୍କ ପରିବାର ସଦସ୍ୟ ନିଜର ବ୍ୟବସାୟ ଅନ୍ୟ ଦେଶରେ ବିସ୍ତାର କରିବାରେ ନିୟୋଜିତ ଥିଲେ। ଏହି ସମୟରେ, ଫରହତ ବ୍ରିଟେନରେ ନିଜର କମ୍ପାନୀଗୁଡିକ ପଞ୍ଜୀକୃତ କରିଥିଲେ ।

ରିପୋର୍ଟ ଅନୁଯାୟୀ, ଫରହତଙ୍କ ପରିବାର ଚାରିଟି କମ୍ପାନୀ ପଞ୍ଜୀକୃତ କରିଥିଲେ। ଏହି କମ୍ପାନୀଗୁଡିକ ସିଆରସିସି କିମ୍ବା ବ୍ରିଟେନର ରିଏଲ ଇଷ୍ଟେଟ ବ୍ୟବସାୟ ସହିତ ଜଡିତ ଥିଲେ । ୨୦୧୯ ରୁ ୨୦୨୧ପର୍ଯ୍ୟନ୍ତ, ତିନୋଟି କମ୍ପାନୀ ଫରହତଙ୍କ ଭଉଣୀ ମୁସରତ ଖାନ ଏବଂ ଗୋଟିଏ ଫରହତଙ୍କ ତଥା ତାଙ୍କ ସ୍ବାମୀଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିଲେ। ଏହାକୁ ନେଇ ଏବେ ପାକିସ୍ତାନ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

Share