Categories: ଜାତୀୟ

ସମ୍ପତ୍ତି ଅଧିକାର ମୌଳିକ ମାନବିକ ଅଧିକାର, ସରକାରଙ୍କ ଉପରେ ୧୦ ଲକ୍ଷ ଜରିମାନା ଜାରି କଲେ ହାଇକୋର୍ଟ…

ଶ୍ରୀନଗର, ୧।୭ : ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଅଧିକାର ଏକ ମୌଳିକ ମାନବିକ ଅଧିକାର। ଏହାର ଉଲ୍ଲଂଘନ କରାଯାଇ ପାରିବ ନାହିଁ । ସରକାର ବଳ ପ୍ରୟୋଗ ପୂର୍ବକ ଏହାକୁ ଦଖଲ କରିପାରିବେ ନାହିଁ ବୋଲି ଜମ୍ମୁ-କଶ୍ମୀର ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

ମୁଖ୍ୟ ବିଚାରପତି ପଙ୍କଜ ମିଥଲ ଏବଂ ଜାଭେଦ ଇକବାଲ ଓ୍ବାନିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଜାରି କରିଛନ୍ତି। ସରକାର ବଳ ପ୍ରୟୋଗ ପୂର୍ବକ ଘରୋଇ ଜମିକୁ ଦଖଲ କରିଥିବା ନେଇ ଏକ ପିଟିଶନ ଦାଖଲ ହୋଇଥିଲା। ସରକାର ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଏହି ଘରୋଇ ଜମିକୁ ନିଜ ଦଖଲକୁ ନେଇଥିଲେ।

ଏହାର ଭଡ଼ା ଆସନ୍ତା ୩ ମାସ ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share