ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ

ଭିଏତନାମ,୧୧।୪: ଅନେକ ମାସ ଧରି ଭିଏତନାମର ସବୁଠାରୁ ବଡ ଠକେଇ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମହିଳା ଯିଏକି ବର୍ତ୍ତମାନ ଭିଏତନାମର ଏକ ବଡ ପ୍ରପଟି ଟାଇକୁନ ଭାବରେ ପରିଗଣିତ ହେଉଛନ୍ତି। ଯିଏ ୧୨.୫ ବିଲିୟନ ଡ଼ଲାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ। ପ୍ରମୁଖ ଡେଭଲପର୍‌ ୱାନ ଥିନ ଫାଟଙ୍କ ଚେୟାରମ୍ୟାନ ଟ୍ରୁଙ୍ଗ ମାୟ ଲାନ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନଗଦ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ବ୍ୟବସାୟ ହବ ହୋ ଚି ମିନ ସିଟିରେ ପାଞ୍ଚ ସପ୍ତାହ ଶୁଣାଣି ପରେ ଟ୍ରୁଙ୍ଗ ମାୟ ଲାନ ଏବଂ ଅନ୍ୟ ୮୫ ଜଣ ରାୟ ଏବଂ ଦଣ୍ଡ ଭୋଗିବାକୁ ପଡିପାରେ।
ଟ୍ରୁଙ୍ଗ ମାୟ ଲାନଙ୍କ ବିରୋଧରେ ଲାଞ୍ଚ, କ୍ଷମତାର ଅପବ୍ୟବହାର, ଅର୍ଥ ହଡପ ଏବଂ ବ୍ୟାଙ୍କିଙ୍ଗ ନିୟମର ଉଲ୍ଲଂଘନ ଅନ୍ତର୍ଭୁକ୍ତ। ଏହି ସମୟରେ ଲାନ ଏହି ଅଭିଯୋଗକୁ ଅସ୍ବୀକାର କରି ତାଙ୍କ ଅଧସ୍ତନମାନଙ୍କୁ ଦାୟୀ କରିଛନ୍ତି। ଏଭଳି ମାମଲାରେ ଓକିଲମାନେ ଲାନଙ୍କ ପାଇଁ ମୃତ୍ୟୁଦଣ୍ଡ ମାଗିଛନ୍ତି।
ଜାତୀୟ ଦୁର୍ନୀତିର ଏକ ଅଂଶ ଭାବରେ ଲାନ ଏବଂ ଅନ୍ୟ ୮୫ ଜଣଙ୍କୁ ଗିରଫ କରାଯାଇଥିଲା। ଗତ ସପ୍ତାହରେ କୋର୍ଟରେ ଶେଷ ମନ୍ତବ୍ୟ ଦେଇ ଲାନ କହିଛନ୍ତି ଯେ ସେ ଆତ୍ମହତ୍ୟା କରୁଛନ୍ତି। ଏହି ସ୍କାମରେ ପ୍ରାୟ ୪୨ହଜାର ପୀଡିତଙ୍କୁ ପୋଲିସ ଚିହ୍ନଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ

ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ...

ଗୋଟିଏ ଦିନରେ ରେକର୍ଡ ଏତିକି ଟଙ୍କା ରୋଜଗାର କଲେ ଏଲନ ମସ୍କ: ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୫।୧୦: ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲନ ମସ୍କର ନିଟ ମୂଲ୍ୟ ଗୋଟିଏ ଦିନରେ ୩୩.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ତାଙ୍କ ସମ୍ପତ୍ତି...

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri