Categories: ଜାତୀୟ

ଲାଲୁଙ୍କ ପରିବାର ସହ ଜଡିତ ସମ୍ପତ୍ତି ଜବତ, ଜମି ବଦଳରେ ଚାକିରି ଦେବା ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଜମି ବଦଳରେ ଚାକିରି ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଲୁଙ୍କ ସହ ଜଡିତ ୬ କୋଟି ସମ୍ପତ୍ତି ଇଡି ଜବତ କରିଛି। ଏହି ସମ୍ପତ୍ତି ପାଟନା ଏବଂ ଗାଜିଆବାଦର ବୋଲି କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ।

ସୂଚନାନୁସାରେ, ରେଳବାଇ ଚାକିରି-ଜମି ଦୁର୍ନୀତିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ, ତାଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଅଧୀନରେ ଇଡି କିଛି ସମ୍ପତ୍ତି ଜବତ କରିଛି। ସମ୍ପତ୍ତି ଜବତ କରିବାକୁ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ଏଜେନ୍ସି ଏହି ନିର୍ଦ୍ଦେଶ ଜାରି କରିଛି। ଏହି ମାମଲାରେ ଗତ କିଛି ମାସ ମଧ୍ୟରେ ଇଡି ଲାଲୁ ପ୍ରସାଦଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଝିଅ ମିସା ଭାରତୀଙ୍କ ବିବୃତ୍ତି ରେକର୍ଡ କରିଥିଲା।

Share