Categories: ଜାତୀୟ

ପରିବାର ସହ ଦିଲ୍ଲୀ ଛାଡିଲେ ନବୀନ ଜିନ୍ଦଲ

ନୂଆଦିଲ୍ଲୀ,୧୨ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବହିସ୍କୃତ ହୋଇଥିବା ନେତା ନବୀନ ଜିନ୍ଦଲ ପରିବାର ସହ ରବିବାର ଦିଲ୍ଲୀ ଛାଡିଛନ୍ତି । ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିବା ପରେ ସେ ତାଙ୍କ ପରିବାର ସହ ଦିଲ୍ଲୀ ଛାଡିଛନ୍ତି । ପ୍ରଫେଟ ମହମ୍ମଦଙ୍କୁ ନେଇ ସମସ୍ତଙ୍କ ଭଳି ସେ ଦେଇଥିବା ବିବାଦୀୟ ଟିପ୍ପଣି ପରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ବିବାଦୀୟ ଟିପ୍ପଣି ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ବହିସ୍କୃତ ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି କିଛିଦିନ ତଳେ ଯେତେବେଳେ ସେ କାହାସହ ସାକ୍ଷାତ୍ କରିବାକୁ ଯାଉଥିଲେ ସେତେବେଳେ କେତେଜଣ ଅଜ୍ଞାତ ଲୋକ ତାଙ୍କୁ ପିଛା କରିଥିଲେ । ପୋଲିସକୁ ସେ ଏହି ସୂଚନା ଦେଇଥିଲେ । ପୋଲିସ ମାମଲାକୁ ଗୁରୁତ୍ୱ ଦେଇଥିଲା । କାରଣ ସୋସିଆଲ ମିଡିଆରେ ଏମିତି କିଛି ଖବର ଆସିଥିଲା କି କେତେଜଣ ଲୋକ ତାଙ୍କ ଘରର ରେକି କରିଥିଲେ ।

Share