ଟିଟିଲାଗଡ଼ରୁ କେସିଙ୍ଗା-ଜୁନାଗଡ଼ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ପ୍ରସ୍ତାବ

କେସିଙ୍ଗା,୨୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳଯାତ୍ରୀ ସଂଘର ପ୍ରଥମ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ୟଙ୍ଗ୍‌ ବ୍ଲଡ୍‌ ପବ୍ଲିକ ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗାରୁ ଭୁବନେଶ୍ୱରକୁ ସିଧାସଳଖ ଏକ ଟ୍ରେନ ଚଳାଚଳ କରିବା ସହ ଟିଟିଲାଗଡ଼ରୁ କେସିଙ୍ଗା, ଜୁନାଗଡ଼ ପର୍ଯ୍ୟନ୍ତ ଦ୍ରୁତଗାମୀ ଇସ୍ପାତ ଟ୍ରେନ୍‌କୁ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ କରାଯାଇଛି। ପ୍ଲାଟ୍‌ଫର୍ମ ଏକରେ ଏକ ଟିକେଟ୍‌ କାଉଣ୍ଟର ଖୋଲିବା ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ପାନୀୟଜଳ, ଦୁଇ, ତିନି ଓ ଚାରି ନମ୍ବର ପ୍ଲାଟଫର୍ମରେ ଶୌଚାଳୟ ସ୍ଥାପିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କେସିଙ୍ଗା ରେଳ ଷ୍ଟେଶନରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ସମ୍ବଲପୁର ଡିଭିଜନାଲ ମ୍ୟାନେଜର ଓ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜୁନାଗଡ଼ରୁ ଭୁବନେଶ୍ୱର ଯାଉଥିବା ସୁପରଫାଷ୍ଟ୍‌ ଟ୍ରେନ୍‌କୁ କେସିଙ୍ଗା, ଟିଟିଲାଗଡ଼ ଦେଇ ଭୁବନେଶ୍ୱର ଯିବା ପାଇଁ ଡିଆର୍‌ଏମଙ୍କୁ ଦାବି ପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ଡ. ହେମସାଗର ସାହା, ହିମାଂଶୁ ଦାଶ,ରାମ କୁମାର ଜୈନ,ବି.ଚନ୍ଦ୍ର ଶେଖର ଆଚାରୀଙ୍କ ସମେତ ଉପସଭାପତି ପ୍ରଶାନ୍ତ ବାନାର୍ଜୀ, ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରଓ୍ବାଲ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ...

ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ

କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ...

ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ...

ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା...

ଅତିରିକ୍ତ ନିର୍ବାହୀ ଅଧିକାରୀରୁ ଓଏଏସ୍‌ରେ ବାଜି ମାରିଲେ ପ୍ରତୀକ

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଭବାନୀପାଟଣା ଇରିଗେସନ କଲୋନୀ ଲେନ୍‌ ନମ୍ବର-୬ରେ ରହୁଥିବା ପ୍ରତୀକ ରଥ ୩୭୮ ନମ୍ବର ସ୍ଥାନ...

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସୁବିଧା ଅସୁବିଧା ବୁଝିଲେ

ପୁରୀ,୨୦ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ରାଜ୍ୟର ବିଭିନ୍ନ ଜିଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ...

ଲକ୍ଷ୍ମୀପୂଜା ଦେଖି ଫେରୁଥିଲେ: ହାତୀ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ

ସୁନ୍ଦରଗଡ଼,୨୦ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନାଞ୍ଚଳ ତଥା ହାତୀବାରି ଥାନା ଅଧୀନ କନ୍ଦରକେଲା ପଞ୍ଚାୟତ ବାଉଁଶଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ...

ଶାଶୂଘରେ ରହି ପାଇଲି ଓଏଏସ୍‌

ପାଇକମାଳ,୨୦।୧୦(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳର ବୋହୁ ତଥା ନୟନ ମେହେରଙ୍କ ସ୍ତ୍ରୀ ଡଲି ମେହେର ଓପିଏସ୍‌ସି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଶନିବାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri