Categories: ଜାତୀୟ

ବିଏସ୍‌ଏଫ୍‌ କ୍ଷମତା ବୃଦ୍ଧି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ଆଗତ…

କୋଲକାତା,୧୬।୧୧: ପଞ୍ଜାବ ପରେ ପଶ୍ଚିମବଙ୍ଗ ମଧ୍ୟ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଏସଏଫର ପରିସର ବୃଦ୍ଧି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ ବିଏସଏଫର ଅଧିକାରୀକ କ୍ଷେତ୍ରକୁ ୧୫ କିଲୋମିଟରରୁ ୫୦ କିଲୋମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ନିଆଯାଇଛି। ମମତା ସରକାରଙ୍କ ଟିଏମସି ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏହି ପ୍ରସଙ୍ଗରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। କେବଳ ଏତିକି ନୁହେଁ, ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ରାଜ୍ୟରେ ବିଏସଏଫର ଅଧିକାରକୁ ବୃଦ୍ଧି ପ୍ରସଙ୍ଗରେ ଦେଢ଼ ଘଣ୍ଟିଆ ଆଲୋଚନା କରିବାକୁ ଅନୁମତି ଦେଇଛନ୍ତି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ପଶ୍ଚିମବଙ୍ଗର ବିଏସଏଫର ଅଧିକାରୀକ କ୍ଷେତ୍ରକୁ ବୃଦ୍ଧି କରିବାକୁ କେନ୍ଦ୍ରର ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଟିଏମସି ଏମ୍‌ପି ସୌଗତ ରାୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ସରକାର ବିଧାନସଭାରେ ଏହି ନିଷ୍ପତ୍ତି ବିରୋଧରେ ପ୍ରସ୍ତାବ ଆଣିବେ।

ପଞ୍ଜାବ ଏବଂ ପଶ୍ଚିମବଙ୍ଗ ସମେତ ବିଭିନ୍ନ ସୀମାବର୍ତ୍ତୀ ରାଜ୍ୟରେ କେନ୍ଦ୍ର ସରକାର ବିଏସଏଫର ଅଧିକାରୀକ କ୍ଷେତ୍ରକୁ ୧୫ କିଲୋମିଟରରୁ ୫୦ କିଲୋମିଟରକୁ ବୃଦ୍ଧି କରିଛନ୍ତି। ତେବେ ଟିଏମସି ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଅଧିକାରରେ ହସ୍ତକ୍ଷେପ।

Share