Categories: ଖେଳ

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ, ମୁମ୍ବାଇରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଉଛି। କ୍ରିକେଟ ସହିତ ଫ୍ଲାଗ ଫୁଟବଲ, ବେସବଲ ଏବଂ ସଫ୍ଟବଲକୁ ମଧ୍ୟ ସାମିଲ କରିବାକୁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ୧୫ରୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ୧୪୧ ତମ ଅଧିବେଶନରେ କ୍ରିକେଟ ସାମିଲ ହେବା ନିଶ୍ଚିତ। ଏଥି ସହିତ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଗୁରୁବାର ରୁଷିଆର ଅଲିମ୍ପିକ କମିଟି (ଆରଓସିକୁ)କୁ ତତ୍କାଳୀନ ପ୍ରଭାବ ପକାଇ ନିଲମ୍ବିତ କରିଛି।

ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର କ୍ରୀଡା ନିର୍ଦ୍ଦେଶକ କିଟ ମ୍ୟାକକନେଲ ଗୁରୁବାର କହିଛନ୍ତି, ଲସ ଆଞ୍ଜେଲସ କମିଟି ପାଞ୍ଚଟି କ୍ରୀଡାକୁ ପ୍ରସ୍ତାବ ଦେଇଛି, ଯାହା ଲସ ଆଞ୍ଜେଲସ ଅଲିମ୍ପିକ୍ସର ଅଂଶ ହୋଇପାରେ। କ୍ରିକେଟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଆସନ୍ତାକାଲିର ବୈଠକରେ କାର୍ଯ୍ୟନିର୍ବାହୀ ବୋର୍ଡ ଏହି ପ୍ରସଙ୍ଗ ଉଠାଇବ।

Share