୨୭ ନୂଆ ଏନ୍‌ଏସି ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ରାଜ୍ୟରେ ୨୭ ନୂତନ ଏନ୍‌ଏସି ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାମଧ୍ୟରେ ପୁରୀର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ବୋଲଗଡ଼, ମୟୂରଭଞ୍ଜର ବେତନଟୀ, ଢେଙ୍କାନାଳର ପରଜଙ୍ଗ, ଭୋଗରାଇ, ସାଲେପୁର, ବଡ଼ମ୍ବା ଓ ନରସିଂହପୁର, ବିଞ୍ଝାରପୁର, ଧର୍ମଶାଳା ଓ ଚଣ୍ଡିଖୋଲ, ଗଞ୍ଜାମର କୁକୁଡ଼ାଖଣ୍ଡି, ଧାମରା, ସୁବର୍ଣ୍ଣପୁରର ବୀରମହାରାଜପୁର, ସୁନ୍ଦରଗଡ଼ର ବଣେଇ, ଲୋଇସିଙ୍ଗା, ବେଲପଡ଼ା ଓ ବଙ୍ଗମୁଣ୍ଡା, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ଅନୁଗୋଳର ପାଲଲହଡ଼ା ଓ ଛେଣ୍ଡିପଦା, ବୌଦ୍ଧର କଣ୍ଟାମାଳ, ନୂଆପଡ଼ାର ସିନାପାଲି, ବରଗଡ଼ର ଭଟ୍‌ଲି ଏବଂ ନୟାଗଡ଼ ଜିଲାର ଶରଣକୁଳ ରହିଛି। ବିଧାନସଭାରେ ବିଜେଡ଼ି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଥିଲେ।

Share