Categories: ଜାତୀୟ

ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ,୫।୧୧: ଭାରତୀୟ ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ ଦିଆଯାଇଛି। ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏଭଳି କରାଯାଉଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ଜେନେରାଲ ବପିନ ରାଓ୍ବତ କହିଛନ୍ତି। କାର୍ଯ୍ୟକାଳ ପୂର୍ବରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ପେନସନ୍‌ରେ ମଧ୍ୟ ସଂଶୋଧନ ଅଣାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ପ୍ରସ୍ତାବ ଅନୁସାରେ କଲୋନେଲଙ୍କ ଅବସର ବୟସ ସୀମା ୫୭ ବର୍ଷ କରାଯିବା ଯୋଜନା ରହିଛି। ଏହା ଏବେ ୫୪ ବର୍ଷ ରହିଛି। ସେହିପରି ବ୍ରିଗେଡୟରଙ୍କର ଅବସର ବୟସ ୫୮ ବର୍ଷ କରାଯିବ। ଏବେ ଏହା ୫୬ ବର୍ଷ ରହିଛି। ଅପରପକ୍ଷରେ ମେଜର ଜେନେରାଲଙ୍କ ଅବସର ବୟସ ୫୯ ବର୍ଷ କରାଯିବ। ଯାହାକି ଏବେ ୫୮ ବର୍ଷ ରହିଛି। ତେବେ ଲ୍ୟୁଟନାଟ୍‌ ଜେନେରାଲଙ୍କ ଅବସର ବୟସରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏବେ ଏହା ୬୦ ବର୍ଷ ରହିଛି। ସେହିପରି ଟେକ୍ନିକାଲ, ମେଡ଼ିକାଲ, ଲଜିଷ୍ଟିକ୍‌ କର୍ମଚାରୀଙ୍କ ଅବସର ବୟସ ସୀମାକୁ ୫୭ ବର୍ଷ ହେବ। ଏବେ ଏହା ର଼୍ୟାଙ୍କ ଅନୁସାରେ ୪୦ରୁ ୫୨ ବର୍ଷ ମଧ୍ୟରେ ରହିଛି।

 

Share