ବେସିକ୍‌ କଷ୍ଟମ୍‌ ଡ୍ୟୁଟିର ଦୀର୍ଘକାଳୀନ ଛାଡ଼ ପ୍ରସ୍ତାବ

ନୂଆଦିଲ୍ଲୀ,୬।୧: ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ୨୦୨୪-୨୫ ବଜେଟ ପୂର୍ବରୁ କଞ୍ଚାମାଲର ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଶୁଦ୍ଧ ନିକେଲ ବ୍ୟତୀତ ଷ୍ଟେନ୍‌ଲେସ ଷ୍ଟିଲ୍‌ ସ୍କ୍ରାପ୍‌ ଏବଂ ଷ୍ଟିଲ୍‌ ସ୍କ୍ରାପ୍‌ ଉପରେ ଜିରୋ କଷ୍ଟମ ଡ୍ୟୁଟି ଜାରି କରିବାକୁ ଜେଏସ୍‌ଏଲ୍‌ ପ୍ରସ୍ତାବ ଦେଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ର କେନ୍ଦ୍ର ବଜେଟକୁ ଆଖି ଆଗରେ ରଖି ଆମେ ଇସ୍ପାତ ମନ୍ତ୍ରଣାଳୟକୁ ଉକ୍ତ ପ୍ରସ୍ତାବ ପଠାଇବା ସହ ମନ୍ତ୍ରଣାଳୟର ନିରନ୍ତର ସହାୟତା ପାଇଁ ଅନୁରୋଧ କରୁଛୁ। ବିଶେଷକରି ଫେରୋ ନିକେଲ୍‌ ଏବଂ ଫେରୋ ମଲିବଡେନମ୍‌ ଉପରେ ବେସିକ୍‌ କଷ୍ଟମ ଡ୍ୟୁଟିର ଦୀର୍ଘକାଳୀନ ରିହାତି ମିଳିଲେ ଶିଳ୍ପ ସଂସ୍ଥାନଗୁଡ଼ିକୁ ଏହି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ସୁଲଭ ମୂଲ୍ୟରେ ମିଳିବା ସୁନିଶ୍ଚିତ କରିହେବ। ଏହା ବ୍ୟତୀତ ଆମେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସ୍କ୍ରାପ ଓ ଷ୍ଟିଲ୍‌ ସ୍କ୍ରାପ୍‌ ଉପରେ ବର୍ତ୍ତମାନ ଚାଲୁଥିବା ଜିରୋ କଷ୍ଟମ ଡ୍ୟୁଟିକୁ ଜାରି ରଖିବାକୁ ସୁପାରିସ କରିବୁ। ଦେଶରୁ କ୍ରୋମ ପଥର ରପ୍ତାନି ଉପରେ ୩୦% ରପ୍ତାନି ଶୁଳ୍କ ଜାରି କରିବାକୁ ଆମେ ମନ୍ତ୍ରଣାଳୟ ଅନୁରୋଧ କରୁଛୁ। ଚାଇନା ଦ୍ୱାରା ହେଉଥିବା ଡମ୍ପିଂ ଏବଂ ଚାଲୁ ମାଲ୍‌ ଆମଦାନୀ ବିଶେଷକରି ୨୦୦ ଗ୍ରେଡ୍‌ ସିରିଜ ଏକ ଜଣାଶୁଣା ଚ୍ୟାଲେଞ୍ଜ ହୋଇଥିବାବେଳେ ଏହାର ସମାଧାନ ପାଇଁ ଆମେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଇଁ ସ୍ଥିର ଶୁଳ୍କ ମୂଲ୍ୟ ପ୍ରତିଷ୍ଠା ଏବଂ କମ୍‌ ଡ୍ୟୁଟି ନିୟମ ବିଲୋପ କରିବା ଏବଂ ସବ୍‌ସିଡି ମାର୍ଜିନ ଡମ୍ପିଂ ମାର୍ଜିନ ଉପରେ ଆଧାରକରି ଡ୍ୟୁଟି ଲାଗୁ କରିବା ପାଇଁ ବାଣିଜ୍ୟ ପ୍ରତିକାର ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଉଛୁ। ଉକ୍ତ ପ୍ରସ୍ତାବଗୁଡିକ ଭାରତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପକୁ ସ୍ଥିର ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଅଣାଯାଇଛି, ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ କରିବାରେ ସହଯୋଗୀ ହେବ। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ୍‌ ନିଶ୍ଚିତ ଯେ ଏହି ପ୍ରସ୍ତାବଗୁଡ଼ିକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଅକ୍ଷୟ ଶକ୍ତି ପଦକ୍ଷେପ ମାଧ୍ୟମରେ କମ୍ପାନୀ ବାର୍ଷିକ ୧.୯ ବିଲିୟନ ୟୁନିଟ୍‌ ସ୍ବଚ୍ଛ ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri