ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା ପରେ ଛାତ୍ର ଜଣକ ସମସ୍ତଙ୍କୁ ସାମ୍ନାରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଅନୁଶାସନ କମିଟି ଉଭୟଙ୍କୁ ନୋଟିସ୍ ଜାରି କରିଥିଲା। କମିଟି ନିକଟରେ ହାଜର ନ ହେବା ଏବଂ ୟୁନିଭର୍ସିଟିର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଉଭୟଙ୍କୁ କଲେଜରୁ ବହିଷ୍କାର କରାଯାଇଛି। ଏଥିସହ ସମସ୍ତ କ୍ୟାମ୍ପସ୍ରେ ଉଭୟଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।