ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଦାଦାଙ୍କ ମୃତ୍ୟୁ, ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାମାନ୍ୟ ବଚସାକୁ କେନ୍ଦ୍ରକରି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ନିଜର ବୃଦ୍ଧ ଦାଦାଙ୍କୁ ଟାଙ୍ଗିଆରେ ହାଣି ପୁତୁରା ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁତୁରାଙ୍କ ବୁଧବାର କୋର୍ଟ ଚାଲାଣ କରାଯାଇଛି। ମୃତକ ହେଲେ ଗ୍ରାମର ଗୁରୁ କମାଲ (୬୫)। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମଧୁ କମାଲ (୪୦)ଙ୍କୁ ଗିରଫ କରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ସୋମବାର ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୯ଟାରେ ଗୁର ଓ ତାଙ୍କ ସ୍ତ୍ରୀ ରୁଖ ଘରେ ନାତିକୁ ଖେଳାଉଥିଲେ। ଏହି ସମୟରେ ପୁତୁରା ମଧୁ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଦାଦା-ପୁତୁରା ମଧ୍ୟରେ ବଚସା ହୋଇଥିଲା। ଏଥିରେ କଥା କଟାକଟି ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ପୁତୁରା ଟାଙ୍ଗିଆରେ ଦାଦା ଗୁରଙ୍କୁ ଆକ୍ରମଣ କରିଥିଲେ। ପାଖରେ ଥିବା ରୁଖ ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲେ। ପାଟି ଶୁଣି ତାଙ୍କ ଝିଅ ଘରୁ ଧାଇଁ ଆସିଥିଲେ। ତେବେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନ ଥିଲେ। ମା’ ଓ ଝିଅ ଜୀବନ ବଞ୍ଚାଇବାକୁ ଧାଇଁ ପଳାଇଥିଲେ। ତେବେ ଆକ୍ରମଣର ଶିକାର ହୋଇ ଗୁରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ରକ୍ତ ଭିଜା ଟାଙ୍ଗିଆକୁ ଜବତ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ପରେ ଅଭିଯୁକ୍ତ ମଧୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ କେସ୍‌ ନମ୍ବର ୧୭୫/୨୪ରେ ହତ୍ୟା ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର...

ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି...

ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର...

ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ..

ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ ପଡିଆଠାରେ ସୁଭଦ୍ରା ଯୋଜନାର ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକଙ୍କ...

କାରଖାନାରେ ଅଘଟଣ: ଷ୍ଟ୍ରକ୍ଚର ପଡ଼ି ଚାଲିଗଲା ୨ ଶ୍ରମିକଙ୍କ ଜୀବନ, ୫ ଗୁରୁତର

ଝାରସୁଗୁଡ଼ା,୧୭।୯: ଝାରସୁଗୁଡ଼ା ଜିଲା ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କାରଖାନାରେ ଷ୍ଟ୍ରକ୍ଚର ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ...

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

PM Modi to launch Subhadra Yojana

ଖାତାକୁ ଆସିଲା କି’ ସୁଭଦ୍ରା ଟଙ୍କା…

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri