ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ଯୁଦ୍ଧ

ଯାଜପୁରରୋଡ୍‌,୮ା୧(ପବିତ୍ର ରଞ୍ଜନ ମହାନ୍ତି): ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳୁଛି। କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀର ସହରଠୁ ଗାଁ ଯାଏ ବିଭିନ୍ନ ଛକରେ ବଡ଼ବଡ଼ ହୋର୍ଡିଂମାନ ଛାଇ ହୋଇଯାଇଛି। ବିଶେଷକରି ଶାସକ ବିଜେଡିର ବିଧାୟକ ଟିକେଟ ପାଇବା ପାଇଁ ହୋର୍ଡିଂ ମାଧ୍ୟମରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ଭାଜପା ମଧ୍ୟ ବାଦ୍‌ ପଡ଼ିନାହିଁ। ଅନ୍ୟପଟେ ଏହି ଦୌଡ଼ରେ କଂଗ୍ରେସ ଦଳ ବହୁ ପଛରେ ପଡ଼ିଛି।
ସ୍ଥାନରେ ଏହି ହୋର୍ଡିଂମରାକୁ ନେଇ ଦଳୀୟ ସମର୍ଥକମାନଙ୍କ ମଧ୍ୟରେ ହାତାହାତି ହେବାର ଦେଖାଯାଉଛି। ବିଜେଡି ବିଧାୟକ ଅଶୋକ କୁମାର ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କ ସମର୍ଥକମାନେ ହୋର୍ଡିଂ ମାରିବା କୋରେଇବାସୀଙ୍କୁ ଦ୍ବନ୍ଦ୍ୱରେ ପକାଇଛି। ସେହିପରି ଭାଜପା ପକ୍ଷରୁ ବିଶ୍ୱଜିତ୍‌ ନାୟକ ଓ ଯୁବନେତା ଆଲେକଜାଣ୍ଡର ଦାସଙ୍କ ପୃଥକ୍‌ ଭାବେ କର୍ମୀ ସମ୍ମିଳନୀ ଓ ହୋର୍ଡିଂମରାକୁ ନେଇ ଦଳର ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ତେବେ କୋରେଇ ତଥା ରାଜ୍ୟ କଂଗ୍ରେସର ନେତ୍ରୀ ବନ୍ଦିତା ପରିଡ଼ାଙ୍କ ହୋର୍ଡିଂ କାଁଭାଁ ଦେଖିବାକୁ ମିଳୁଛି। କାରଣ ତାଙ୍କର ବିଜେଡି ଓ ଭାଜପାର ପ୍ରମୁଖ ନେତାଙ୍କ ସହ ଯୋଗସୂତ୍ର ରଖିଥିବା ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳୁଛି ବିଜେଡି କୁଆଡ଼େ ଏହି ଆସନରେ ମହିଳା କାର୍ଡ ଖେଳିପାରେ।
ଆଲୋଚନା ହେଉଛି ଯେଉଁ ଦଳ ଯୋଗ୍ୟତମ ପ୍ରାର୍ଥୀ ଚୟନ କରିବ କୋରେଇବାସୀ ସେହି ଦଳ ଉପରେ ଆସ୍ଥାପ୍ରକଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri