ସମୟ ପୂର୍ବରୁ ଜନ୍ମ ଅବା ନବଜାତକଙ୍କ ନିକଟରେ କରୋନା ଭୟ!

ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଦେଖାଗଲାଣି । ବିଶେଷଜ୍ଞଙ୍କ କହିବା କଥା ହେଲା ତୃତୀୟ ଲହରର ସମ୍ଭାବନାକୁ ଦେଖି ଶିଶୁଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବାକୁ ବିଭିନ୍ନ ଉପାୟ କରିବା ଜରୁରୀ । ପେଡିଆଟ୍ରିକ ଏଜ ଗ୍ରୁପ ପାଇଁ କୋଭିଡ ଚିକିତ୍ସାର ପୋଟୋକଲ ପ୍ରସ୍ତୁତ କରୁଥିବା ଟିମରେ ସାମିଲ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ପେଡିଆଟ୍ରିକ ଇନଟେନସିଭ କେୟାର ୟୁନିଟର ମୁଖ୍ୟ ପ୍ରଫେସର ଡାକ୍ତର ରାକେଶ ଲୋଧା କହିଛନ୍ତି ନବଜାତଙ୍କ ନିକଟରେ କରୋନାର ତିବ୍ରତା ଅଧିକ ନାହିଁ । ଏମାନେ ବିନା ଲକ୍ଷଣର ହୋଇପାରନ୍ତି । କିନ୍ତୁ ନବଜାତକ କୋଭିଡ ବା ଲଙ୍ଗ କୋଭିଡରେ ଆକ୍ରାନ୍ତ ହେବାଠାରୁ ସେମାନଙ୍କୁ ଦୂରେଇ ରଖିବା ଜରୁରୀ । ଏଥିପାଇଁ ବିଶେଷ ଭାବେ ଗର୍ଭାବସ୍ଥାରେ ମା’ ବିଶେଷ ସତର୍କତା ଅବଲମ୍ବନ କରିବା ସହ ଟିକା ନେବା ଜରୁରୀ । ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମରେ ଟିକା ନେବା ଭଲ । ତେବେ ଟିକା ନେଇଥିବା ଗର୍ଭବତୀଙ୍କ ଶିଶୁ କରୋନାଠାରୁ ଯଥେଷ୍ଟ ପରିମାଣରେ ଦୂରେଇ ରହିପାରିବ ବୋଲି କୁହାଯାଉଛି ।

Share