Categories: ଜାତୀୟ

ଗ୍ରାମାଞ୍ଚଳକୁ ସୁରକ୍ଷା ଦିଅ

ନୂଆଦିଲ୍ଲୀ, ୨୪।୪: କରୋନାର ଦ୍ୱିତୀୟ ଲହର ଯେପରି ଗ୍ରାମାଞ୍ଚଳକୁ ନ ବ୍ୟାପେ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆହ୍ବାନ ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ମହାମାରୀ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଗ୍ରାମାଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଭୂତାଣୁ ପରିଚାଳନା ବିଶେଷ କରି ସଚେତନତା ସୃଷ୍ଟି କରିବାରେ ପଞ୍ଚାୟତଗୁଡ଼ିକର ଭୂମିକାକୁ ସେ ପ୍ରଶଂସା କରିବା ସହ କୋଭିଡ୍‌ ଗାଇଡ୍‌ଲାଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ସ୍ଥାନୀୟ ନେତାମାନେ କାମ କରିବାକୁ ଆହ୍ବାନ ଦେଇଛନ୍ତି। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୋଦି ସ୍ବାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପର୍ଟି କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଯୋଡ଼ି ହୋଇଥିଲେ।

Share