ବଜ୍ରପାତରୁ ରକ୍ଷା

ପାଖାପାଖି ଦୁଇ ତିନି ଦଶନ୍ଧି ପୂର୍ବେ ବର୍ଷାକୁ ଲୋକେ ଚାହଁି ରହୁଥିଲେ। ସେତେବେଳେ ବଜ୍ରପାତ ଅଧିକ ହେଉ ନ ଥିଲା। କୃଷକମାନେ ବିଲରେ କାମ କରୁଥିବାବେଳେ କାଁ ଭାଁ ବଜ୍ରପାତରେ ମୃତ୍ୟୁମୁଖରେ ପଡ଼ୁଥିଲେ। ସେହି ସମୟରେ ତାଳ, ନଡ଼ିଆ ଭଳି ଉଚ୍ଚ ଗଛରେ ବଜ୍ରପାତ ବେଶି ଘଟୁଥିଲା। କିନ୍ତୁ ଏବକାର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଉଚ୍ଚ ଗଛ ନଥିବା ବେଳକୁ ବ୍ରଜପାତ ବିପଦ ବଢ଼ିଗଲାଣି। ସେଥିପାଇଁ ବର୍ଷାରେ ଏବେ ବାହାରିବାକୁ ଅନେକେ ଭୟ କରୁଛନ୍ତି। ଏହା ବ୍ୟତୀତ ଘରେ ରହିବା ମଧ୍ୟ ଅସୁରକ୍ଷିତ ହୋଇପଡ଼ିଲାଣି। ଏହାର ସଦ୍ୟତମ ଉଦାହରଣ ହେଉଛି ଅଗଷ୍ଟ ୫ ଅପରାହ୍ନରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ରେଣ୍ଟାଲ କଲୋନୀ ହାଇସ୍କୁଲରେ ହୋଇଥିବା ବଜ୍ରପାତ। ଏହି ଘଟଣାରେ ୭ ଜଣ ଛାତ୍ରୀଛାତ୍ର ଆହତ ହୋଇଥିଲେ। ସେହିଭଳି ଗତ ବର୍ଷ କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଅଧୀନ କୁଦନଗରୀ ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ଚାଲୁଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ବଜ୍ରପାତ ଯୋଗୁ ୧୬ ଛାତ୍ରୀଛାତ୍ର ଆହତ ହୋଇଥିଲେ। ପରିବର୍ତ୍ତିତ ଜଳବାୟୁ ଯୋଗୁ ବ୍ରଜପାତ ତୀବ୍ରତା ବଢୁଥିବାରୁ ଏଥିରୁ ସ୍କୁଲକୁ ସୁରକ୍ଷା ଦେବା ଅତି ଜରୁରୀ ହୋଇପଡ଼ିଲାଣି। ଉଲ୍ଲେଖଯୋଗ୍ୟ ଯେ, ବଜ୍ରପାତର ଗମ୍ଭୀରତାକୁ ଲକ୍ଷ୍ୟକରି ୨୦୨୩ରେ ସରକାର ସବୁ ସ୍କୁଲରେ ଲାଇଟିଂ ଆରେଷ୍ଟର ବା ବଜ୍ରପାତ ପ୍ରତିରୋଧୀ ବ୍ୟବସ୍ଥା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା କେତେ ପରିମାଣରେ କାର୍ଯ୍ୟକାରୀ ହୋଇଛି ତାହାର ଏଯାବତ କୌଣସି ତଥ୍ୟ ଜାଣିବାକୁ ମିଳେନାହିଁ। ତେବେ ବରମୁଣ୍ଡା ରେଣ୍ଟାଲ କଲୋନୀ ହାଇସ୍କୁଲରେ ବଜ୍ରପାତ ପ୍ରତିରୋଧୀ ବ୍ୟବସ୍ଥା ଥାଇ ମଧ୍ୟ ପିଲାମାନେ ଆହତ ହୋଇଛନ୍ତି। ଏହା ବଜ୍ରପାତ ପ୍ରତିରୋଧୀ ବ୍ୟବସ୍ଥାର ତ୍ରୁଟି କିମ୍ବା ଘର ନିର୍ମାଣର ତ୍ରୁଟି ତାହା ଅନୁସନ୍ଧାନ ସାପେକ୍ଷ। ଦେଖିବାକୁ ଗଲେ ଗତ ପାଞ୍ଚ ବର୍ଷରେ ରାଜ୍ୟରେ ବଜ୍ରପାତରେ ୧,୪୭୨ ଜଣଙ୍କ ମୃତ୍ୟୁ ହେବା ସହ ୧୪୫ଜଣ ଆହତ ହୋଇଥିବା ଚଳିତ ବର୍ଷ ଫେବୃଆରୀରେ ବିଧାନ ସଭାରେ ସରକାର ପ୍ରକାଶ କରିଥିଲେ। ଏଭଳି ଘଟଣା କାହିଁକି ବୃଦ୍ଧି ପାଉଛି ତାହା କେହି ଅନୁସନ୍ଧାନ କଲାଭଳି ମନେ ହେଉନାହିଁ।
ପୂର୍ବରୁ ବଜ୍ରପାତ ହେଉଥିଲା, କିନ୍ତୁ ତାହା ଦ୍ୱାରା ମଣିଷଙ୍କୁ ଆଘାତ ଲାଗିବାର କ୍ୱଚିତ୍‌ ସୂଚନା ମିଳୁଥିଲା। ଏଥିରୁ ବୁଝାଯାଇପାରେ ଯେ, ପୂର୍ବରୁ ମଣିଷ ଏଭଳି କିଛି କାର୍ଯ୍ୟ ହୁଏତ କରୁ ନ ଥିଲା, ଯେଉଁଥିରେ ତାହାର ଶରୀର ବଜ୍ରପାତ ପାଇଁ ‘ଆର୍ଥିଂ’ ଭାବେ ପାଲଟୁଥିଲା। କୃଷକମାନେ କ୍ଷେତରେ କାମ କରିବା ସମୟରେ ବାଉଁଶ ଓ ତାଳପତ୍ର ବରଡ଼ାରେ ନିର୍ମିତ ଟୋପି କିମ୍ବା ପଖିଆ ବ୍ୟବହାର କରୁଥିଲେ। କାଠ ବେଣ୍ଟ ଛତା ଧରି ଲୋକେ ବାହାରକୁ ଯାଉଥିଲେ। ଏହା ଏବେ ଦେଖାଯାଉନାହିଁ। ଏବକାର ଜୋତାରେ ଲୁହାପାତିଆ ଓ ଛତାରେ ଲୁହାବେଣ୍ଟ ଲାଗିବା ଏବଂ ଘର ନିର୍ମାଣ ବେଳେ ବ୍ୟବହୃତ ହେଉଥିବା ଛଡ଼କୁ ଉପଯୁକ୍ତ ଭାବେ କଂକ୍ରିଟ ଭିତରେ ନ ରଖି ବାହାରେ ଖୋଲା ଛାଡ଼ିଦେବା ଭଳି କାର୍ଯ୍ୟ ହୁଏତ ବଜ୍ରପାତକୁ ଆକର୍ଷଣ କରୁଥାଇପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା, ଝାଡ଼ଖଣ୍ଡ, ଦକ୍ଷିଣ ପଶ୍ଚିମବଙ୍ଗରେ ବଜ୍ରପାତ ଯୋଗୁ ହେଉଥିବା ମୃତ୍ୟୁ ସ୍ପଷ୍ଟ ଦର୍ଶାଉଛି ଯେ,ଏହି ଭୌଗୋଳିକ ଅଞ୍ଚଳ ପ୍ରତି ଅଧିକ ବିପଦ ରହିଛି। ମାନଚିତ୍ରରେ ଏହିସବୁ ରାଜନୈତିକ ସୀମା ଅନୁଯାୟୀ ଅଞ୍ଚଳକୁ ବିଭିନ୍ନ ରାଜ୍ୟ ଭାବେ ଭାଗ କରାଯାଇଛି। କିନ୍ତୁ ତାହା ମନୁଷ୍ୟକୃତ ହୋଇଥିବାରୁ ବଜ୍ରପାତ ଭଳି ପ୍ରାକୃତିକ ଘଟଣା ଉପରେ କୌଣସି ପ୍ରଭାବ ପକାଏ ନାହିଁ। ତେଣୁ ଏହି ଅଞ୍ଚଳ ଉପରେ ଅଧିକ ଗବେଷଣା କରାଯିବାର ପ୍ରୟୋଜନ ଦେଖାଦେଇଛି ଏବଂ ସେଥିରୁ ସୁରକ୍ଷିତ ରହିବାର ପ୍ରଣାଳୀ ଜନସାଧାରଣଙ୍କୁ ଜଣାଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅବୁଝା ସମବାୟ ଆଇନ

୧୯୯୦ରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି.କେ. ପାଟିଲ୍‌ କମିଟି, ଭି.ଏସ୍‌. ବ୍ୟାସ କମିଟି...

ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି...

ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌...

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri