Posted inଫୁରସତ

ସଂଖ୍ୟାଲଘୁଙ୍କ ସୁରକ୍ଷା ଅପରିହାର୍ଯ୍ୟ

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ଦେଶର ବିକାଶ ଧାରା ଜାରିରହିବା ସହିତ ବହୁବିଧ କ୍ଷେତ୍ରରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପାଦିତ ହୋଇପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୧୮ରେ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ବିଭିନ୍ନ ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷିତ ଭାବେ ବାସକରିବା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏହି ଅବସରରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ।
୧୯୯୨ ଡିସେମ୍ବର ୧୮ରେ ମିଳିତ ଜାତିସଂଘ ଦ୍ୱାରା ଏହି ଦିବସ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା।
ହେଉଛି ବିଶ୍ୱର ଏକ ଅନନ୍ୟ ରାଷ୍ଟ୍ର, ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟ, ଜାତି ଏବଂ ଧର୍ମର ଲୋକମାନେ ବାସ କରିଥାନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ଏକ ସ୍ବତନ୍ତ୍ର ପରିଚିତି।
ଭାରତରେ ଏକତାକୁ ହିଁ ସର୍ବୋପରି ଭାବେ ଗ୍ରହଣ କରାଯାଇଥାଏ। କୌଣସି ରାଷ୍ଟ୍ରରେ ଯେଉଁମାନଙ୍କ ସଂଖ୍ୟା କମ୍‌ ଓ ସାମାଜିକ, ରାଜନୈତିକ, ଆର୍ଥିକ ରୂପରେ ଦୁର୍ବଳ ତଥା ଜାତି, ଧର୍ମ ଆଦିରେ ବହୁସଂଖ୍ୟକଠାରୁ ଅଲଗା ରହିଥିବା ସତ୍ତ୍ୱେ ରାଷ୍ଟ୍ର ନିର୍ମାଣ, ବିକାଶ, ଏକତା,ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରୀୟ ଭାଷାକୁ ବଜାୟ ରଖିବା ଲାଗି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ସେମାନେ ହିଁ ସେହି ଦେଶ ବା ରାଜ୍ୟରେ ସଂଖ୍ୟାଲଘୁ ଭାବେ ପରିଗଣିତ। ଭାରତୀୟ ସମ୍ବିଧାନରେ ଧର୍ମ ଓ ଭାଷା ଆଧାରରେ ସଂଖ୍ୟାଲଘୁ ବିବେଚନା କରାଯାଇଥାଏ।
ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା ଉପରେ ଦେଶର ସବୁ ରାଜ୍ୟ ଗୁରୁତ୍ୱ ଦେଇଥାନ୍ତି। ଏହି ଦିବସ ଅବସରରେ ଆଲୋଚନାଚକ୍ର, କାର୍ଯ୍ୟକ୍ରମ ତଥା ସଚେତନତା ଅଭିଯାନ ଆୟୋଜନ କରାଯାଇଥାଏ।
ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୋରେଷ୍ଟିରିଆନ ଓ ଜୈନମାନେ ସଂଖ୍ୟାଲଘୁ ଭାବେ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ। ଜମ୍ମୁ-କଶ୍ମୀର, ପଞ୍ଜାବ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଲଦାଖ ଓ ଅରୁଣାଚଳପ୍ରଦେଶରେ ଏମାନଙ୍କ ସଂଖ୍ୟା ଅଧିକ। ସଂଖ୍ୟାଲଘୁମାନଙ୍କ ବିକାଶ ହିଁ ଦେଶର ବିକାଶ। ସଂଖ୍ୟାଲଘୁମାନଙ୍କ ଏକତା ହିଁ ଦେଶର ଶକ୍ତି। ଏମାନଙ୍କର ବିକାଶ,ଆଇନ ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ୨୯ ଜାନୁୟାରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ,୧୯୯୨ ଅଧୀନରେ ଗଠନ କରାଯାଇଥିଲା। ଏହି ମନ୍ତ୍ରଣାଳୟ ସଂଖ୍ୟାଲଘୁମାନଙ୍କର ପ୍ରତିଟି ସମସ୍ୟା ସମାଧାନ କରିବା ତଥା ବିକାଶର ଧାରାକୁ ତ୍ୱରାନ୍ବିତ କରିବାରେ ପ୍ରମୁଖ ଭୂମିକା ନେଇଆସୁଛି। ସଂଖ୍ୟାଲଘୁମାନଙ୍କ ଅଧିକାରର ସୁରକ୍ଷା,ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ବିଚାରକୁ ନେଇ ଆଞ୍ଚଳିକ ସ୍ତରରେ ଭାଷା,ଜାତି, ଧର୍ମ, ସଂସ୍କୃତି, ପରମ୍ପରା ଆଦିର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri