ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

କେନ୍ଦୁଝର,୬।୮(ସ୍ବ.ପ୍ର.): ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲା ଆଦିବାସୀ ସମାଜ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ବିଭିନ୍ନ ଅଞ୍ଚଳରୁ ଜନଜାତି ସମ୍ପ୍ରଦାୟର ଲୋକମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share