ଏନ୍‌ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍‌ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଶନିବାର ଏନ୍‌ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଓ ମିଶ୍ରଙ୍କ ବଦଳି ସ୍ଥଗିତ କରିବାକୁ ସେମାନେ ଦାବି କରିଛନ୍ତି । ବଦଳି ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମହିଳାମାନେ କଡ଼ା ଚେତାବନୀ ଦେଇଛନ୍ତି।
ଏନ୍‌ଏସି ଅସ୍ଥାୟୀ ସୁଇପରମାନେ ସାନିଟେଶନ ତଥା ସଫେଇ କାର୍ଯ୍ୟ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଇଓ ମିଶ୍ରଙ୍କ ରାତି ଅଧିଆ ବଦଳିକୁ ସମସ୍ତ ବର୍ଗର ମହିଳା ଗୋଷ୍ଠୀ ଦୃଢ଼ ନିନ୍ଦା କରିଥିଲେ । ଏହି ପ୍ରତିବାଦକୁ ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ ସମସ୍ତ କାଉନସିଲର ସମର୍ଥନ କରୁଛନ୍ତି। ବଦଳିକୁ ଆଉ କିଛିମାସ ସ୍ଥଗିତ ରଖିବାକୁ ମହିଳା ଗୋଷ୍ଠୀ ଓ ଜନପ୍ରତିନିଧୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ଛାତ୍ର ଜନତା ଦଳରୁ ଇସ୍ତଫା ଦେଲେ କିରଣ, କହିଲେ ଏହି ବଡ଼ କାରଣ…

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳ (ବିସିଜେ)ରୁ ବୁଧବାର ଇସ୍ତଫା ଦେଇଛନ୍ତି ଯୁବ ନେତା କିରଣ କୁମାର ପ୍ରଧାନୀ। ସେ...

ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବାକୁ ବିଧାୟକ ଦେଲେ ଗୁରୁମନ୍ତ୍ର

ପୁରୁଷୋତ୍ତମପୁର,୨୫ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୂତସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଭାଜପାର ସାଂଗଠନିକ ବୈଠକ ଯୁବନେତା ସୀତାରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ବୁଧବାର ଅନୁଷ୍ଠିତ...

ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଆହତ, ଧାରଣାରେ ବସିଲେ ଅଭିଭାବକ

ମୋରଡ଼ା,୨୫ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଝିଲିରୀବଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ବୁଧବାର...

ଭାଇ ହତ୍ୟାକାରୀଙ୍କ ଗିରଫ ଦାବି କରି ମା-ବାପାଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଲେ ଭଉଣୀ

ସାଲେପୁର,୨୫ା୯(ଅରବିନ୍ଦ ଭୂୟାଁ): ମୃତ ଭାଇଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ବିଧାନ ଦାବି କରି କଟକ ଜିଲା ସାଲେପୁର ଥାନା ସମ୍ମୁଖରେ ମା’-ବାପାଙ୍କ...

ଭରତପୁର ପରେ ପୁଣି: ଥାନାବାବୁଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ମହିଳା କର୍ମଚାରୀଙ୍କୁ…

ରାଉରକେଲା,୨୫।୯: ପୁଣି ଖାକିରେ ଲାଗିଲା କଳଙ୍କ। ଥାନାବାବୁ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭରତପୁର ଆଦର୍ଶ ଥାନା ପରେ ରାଉରକେଲା ବଣ୍ଡମୁଣ୍ଡା ଥାନାରେ ମହିଳାଙ୍କୁ ଅସଦାଚରଣ।...

ସମ୍ବଲପୁରୀ ଗାୟିକା ରୁକ୍‌ସାନାଙ୍କ କବର ଖୋଳିବାକୁ ଦେଲେନି ପରିବାର ଲୋକେ, ଫେରିଆସିଲେ ମାଜିଷ୍ଟ୍ରେଟ୍‌-ପୋଲିସ

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ...

ଏସ୍‌ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ…

କଟକ,୨୫ା୯(ଶିଳ୍ପା ପ୍ରିୟଦର୍ଶିନୀ): ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ସଂଘର ଏସ୍‌ସିବି ଶାଖା ପକ୍ଷରୁ ଏସ୍‌ସିବି...

ବର୍ଷ ବର୍ଷ ଧରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି: ଯାତ୍ରୀ ଅସନ୍ତୋଷ

ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ରାଇକିଆ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ସମ୍ପ୍ରସାରଣ ବିଳମ୍ବକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri