ଏନ୍‌ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍‌ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଶନିବାର ଏନ୍‌ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଓ ମିଶ୍ରଙ୍କ ବଦଳି ସ୍ଥଗିତ କରିବାକୁ ସେମାନେ ଦାବି କରିଛନ୍ତି । ବଦଳି ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମହିଳାମାନେ କଡ଼ା ଚେତାବନୀ ଦେଇଛନ୍ତି।
ଏନ୍‌ଏସି ଅସ୍ଥାୟୀ ସୁଇପରମାନେ ସାନିଟେଶନ ତଥା ସଫେଇ କାର୍ଯ୍ୟ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଇଓ ମିଶ୍ରଙ୍କ ରାତି ଅଧିଆ ବଦଳିକୁ ସମସ୍ତ ବର୍ଗର ମହିଳା ଗୋଷ୍ଠୀ ଦୃଢ଼ ନିନ୍ଦା କରିଥିଲେ । ଏହି ପ୍ରତିବାଦକୁ ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ ସମସ୍ତ କାଉନସିଲର ସମର୍ଥନ କରୁଛନ୍ତି। ବଦଳିକୁ ଆଉ କିଛିମାସ ସ୍ଥଗିତ ରଖିବାକୁ ମହିଳା ଗୋଷ୍ଠୀ ଓ ଜନପ୍ରତିନିଧୀମାନେ ଦାବି କରିଛନ୍ତି।