ଚେନ୍ନାଇ,୩୧।୧ : ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ସ୍ମୃତିରେ ମାରିନା ବିଚରେ ଏକ କଲମ ସ୍ମାରକୀ ନିର୍ମାଣ ପ୍ରସ୍ତାବ ଉପରେ ଏକ ଜନ ଶୁଣାଣି ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ସମୟରେ ହୋଇଥିବା ସାଧାରଣ ସଭାରେ ରାଜନୈତିକ ଦଳଙ୍କ ମଧ୍ୟରୁ ଭାଜପା, ଏଆଇଏଡିଏମକେ, ଏବଂ ଏନଟିକେ ଉପସ୍ଥିତ ଥିଲେ। ଏହି ସଭାରେ ଯୋଗ ଦେଇଥିବା ଭାଜପା ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଡିଏମକେ ସଦସ୍ୟମାନେ ଏହି ପ୍ରକଳ୍ପ ବିରୋଧରେ ନିଜର ମତାମତ ଦେବାକୁ ଚେଷ୍ଟା କରୁଥିବାବେଳେ ପାଟିତୁଣ୍ଡ ହୋଇଥିଲା।
ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସ୍ମାରକୀକୁ ବିରୋଧ କରି ଡିଏମକେ ଏବଂ ଏଆଇଏଡିଏମକେ ସମର୍ଥକମାନଙ୍କ ପକ୍ଷରୁ ଉତ୍ତଜନା ପ୍ରକାଶ ପାଇଛି।
ନାମ ତାମିଲାର କାଚି (ଏନଟିକେ) ମୁଖ୍ୟ ସିମାନ କରୁଣାନିଧିଙ୍କ ସ୍ମାରକକୁ ବିରୋଧ କରି କହିଛନ୍ତି ଯେ ଯଦି ଏହି ସ୍ମାରକୀ ମାରିନା ବିଚରେ ସ୍ଥାପିତ ହୁଏ ତେବେ ମୁଁ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗି ନଷ୍ଟ କରିଦେବି। ଯଦି କରୁଣାନିଧିଙ୍କ ସ୍ମୃତିରେ ଏକ କଲମ ପ୍ରତିମୂର୍ତ୍ତି କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଜ ଦଳର ମୁଖ୍ୟ କାର୍ଯ୍ୟାଳୟ ଆରିଭାଲାମରେ କରିପାରିବେ।