କହ୍ନେୟାଲାଲ୍‌ ହତ୍ୟା ଘଟଣାର ପ୍ରତିବାଦ

କେନ୍ଦୁଝର,୩୦ା୬(ସ୍ବ.ପ୍ର.): ରାଜସ୍ଥାନର ଉଦୟପୁରଠାରେ କହ୍ନେୟାଲାଲ୍‌ ହତ୍ୟା ଘଟଣା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ଜିଲା ମୁଖ୍ୟାଳୟରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହିନ୍ଦୁ ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ଦାବି କରିବା ସହ ଜୟ ଶ୍ରୀରାମ, ଜୟ ଛତ୍ରପତି ଶିବାଜୀ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ଦେଶରେ ସାଧୁ ସନ୍ଥ,ନିରୀହ ଲୋକଙ୍କୁ ଆକ୍ରମଣକୁ ନିନ୍ଦା କରିଥିଲେ। ସଭାପତି ତୁଷାର କାନ୍ତ ସାମନ୍ତ, ସମ୍ପାଦକ ସ୍ବପ୍ନେଶ୍ୱର ସାହୁ ଓ ସହ ସମ୍ପାଦକ କେଦାର ନାଥ ଦାଶ, ରମେଶ ହୋତାଙ୍କ ସମେତ ବହୁ ଲୋକ ସାମିଲ ହୋଇଥିଲେ।

Share