ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା

ଛତ୍ରପୁର, ୨୩।୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ସୋରଡ଼ାରେ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ଜଳକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୬ ତାରିଖରୁ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ପଦଯାତ୍ରା ରବିବାର ଛତ୍ରପୁର ବ୍ଲକରେ ପହଞ୍ଚିଛି। ପରେ ପଦଯାତ୍ରାକୁ କୃଷକ ସଂଗଠନ, ଚାଷୀ, ସରପଞ୍ଚ ଓ ସମିତିସଭ୍ୟ ପକ୍ଷରୁ ସ୍ବାଗତ କରାଯାଇଛି।

ରାଜ୍ୟ ସରକାର ଛତ୍ରପୁର ଠାରେ ଥିବା ଶିଳ୍ପ କୁ ପାଣି ଯୋଗାଇ ଦେବାକୁ ଡ୍ୟାମ ନିର୍ମାଣ ଯୋଜନା କରୁଥିବାବେଳେ ଏହାଦ୍ବାରା ତଳିଆ ଅଞ୍ଚଳର ଜନସାଧାରଣ ଜଳ ନ ପାଇ ବେଶ ପ୍ରଭାବିତ ହେବାର ଆଶଙ୍କା ରହିଥିବା ଏଠାରେ କୁହାଯାଇଥିଲା। ପଦଯାତ୍ରାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ଭାଲ ଚନ୍ଦ୍ର ଷଡଙ୍ଗୀ, ଋଷିକୂଲ୍ୟା ରଯତ ମହାସଂଘ ସମ୍ପାଦକ ସୀମାଞ୍ଚଳ ନାହାକ ସମେତ ଶତାଧିକ କୃଷକ ଓ ଜନସାଧାରଣ ସାମିଲ ହୋଇଥିଲେ। ଜଳବାୟୁରେ ପରିବର୍ତ୍ତନ ଯୋଗୁ ଋଷିକୂଲ୍ୟା ନଦୀ ଶୁଷ୍କ ହୋଇଯାଇଛି। ଏପଟେ ରାଜ୍ୟ ସରକାର ଡ୍ୟାମ ର୍ନିମାଣ କରି ପାଣିକୁ ଅଟକାଇଲେ ନଦୀର ତଳିଆ ଅଞ୍ଚଳର ଜନବସତି ଉପରେ ଏହାର ପ୍ରଭାବ ପଡ଼ିବ।ଏହାକୁ ପ୍ରତିହତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ସଭାରେ କୁହାଯାଇଥିଲା।

ରବିବାର ବଡମାଧପୁର ଓ ପୋଟଲାମପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପଦଯାତ୍ରାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଉଦ୍‌ବୋଧନ ଦେଇ ସଚେତନତା କରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ବଡମାଧାପୁର ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ.ଯୁଧିଷ୍ଠିର ରେଡ୍ଡୀ, ଶିବରଞ୍ଜନ ସାହୁ, ମହେନ୍ଦ୍ର ଗୌଡ, ପଂଚାୟତ ନେତା ଶିବଶଙ୍କର ସେଠୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ଏସ୍‌.କିଶୋର ରେଡ୍ଡୀ,ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ବୁନାଥ ସ୍ବାଇଁ, ଚାଷୀନେତା ରାଜେନ୍ଦ୍ର ନାହାକ, ସନ୍ୟାସୀ ସ୍ବାଇଁ, ରଞ୍ଜନ ସେଠୀ, ଲଡୁକିଶୋର ପ୍ରଧାନ, ଶତ୍ରୁଘ୍ନ ବିଶ୍ୱାଳ, ରାଜେନ୍ଦ୍ର ନାହାକଙ୍କ ବହୁ ଜନସାଧାରଣ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image