ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପ୍ରତିବାଦରେ ସବୁ ଅଚଳ କରିଦେଲେ ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଛାତ୍ର

ବଲାଙ୍ଗୀର,୧୭ା୮(ସୁନୀଲ କୁମାର ମହାନ୍ତି): କୋଲକାତାର ଏକ ଡାକ୍ତରଖାନାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଶନିବାର ବଲାଙ୍ଗୀର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ରୀଛାତ୍ର ହସ୍ପିଟାଲ ପରିସରରେ ଧାରଣା ଦେବା ସହ ଓପିଡି, ଅସ୍ତ୍ରୋପଚାର କକ୍ଷ, ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷାକୁ ୨୪ ଘଣ୍ଟା ଧରି ବନ୍ଦ କରିଛନ୍ତି। ପୂର୍ବାହ୍ନରୁ ହସ୍ପିଟାଲ ପରିସରରେ ମେଡିକାଲ ଛାତ୍ରୀଛାତ୍ରମାନେ ଓପିଡି ସେବା, ଅସ୍ତ୍ରୋପଚାର କକ୍ଷ, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ କରିଦେଇଛନ୍ତି।

କୋଲକାତାର ଏକ ଡାକ୍ତରଖାନା ଭିତରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଯେଉଁ ଘଟଣା ଘଟିଛି ସେଥିରେ ସମସ୍ତ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ର ଗଭୀର ମର୍ମାହତ। ସେମାନେ ଯଦି ଡାକ୍ତରଖାନା ଭିତରେ ସୁରକ୍ଷିତ ନାହାନ୍ତି ତେବେ ସେମାନେ କିଭଳି ଲୋକଙ୍କୁ ସେବା ଯୋଗାଇବେ ବୋଲି ଡାକ୍ତରୀ ଛାତ୍ରୀଛାତ୍ର ପ୍ରଶ୍ନ କରିଛନ୍ତି।

Share