ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୩୦।୧୨: ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ସମାବେଶ ହୋଇଯାଇଛି। ଜିଲା ମହିଳା କଂଗ୍ରେସ ପକ୍ଷରୁ ସରକାରଙ୍କ ରାଜନୈତିକ ସଂରକ୍ଷଣରୁ ପଛୁଆ ବର୍ଗଙ୍କୁ ବଞ୍ଚିିତ କରିବା ପ୍ରତିବାଦରେ ଏଭଳି କରାଯାଇଛି। ଏ ସମ୍ପର୍କରେ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ସରକାରଙ୍କ ପଛୁଆ ବର୍ଗ ବିରୋଧୀ ମନୋଭାବ ବିରୋଧରେ ତୀବ୍ର ସମାଲୋଚନା କରିଥିଲେ।

Share