ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଥିଲା।

ଦେବସେନା ଜିଲା ଅଧ୍ୟକ୍ଷ ଶଙ୍କର ଜେନା, ଆଇଟିସି ଅଧ୍ୟକ୍ଷ ସତ୍ୟରଞ୍ଜନ ପାଣି, ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ରାଉଳ, ଉପାଧ୍ୟକ୍ଷା ଅର୍ଚ୍ଚନା ଦତ୍ତ, ମିଡ଼ିଆ ପ୍ରଭାରୀ ସୀତାକାନ୍ତ ଦାସ ପ୍ରମୁଖ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇ ଲୋକସଭାରେ ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଦେଶର ହିନ୍ଦୁ ସମାଜ ଲଜ୍ଜିତ l ରାହୁଲ କ୍ଷମା ନ ମାଗିବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିବ ବୋଲି ଦେବସେନା ପକ୍ଷରୁ ଚେତାବନୀ ଦିଆଯାଇଛି।
ଦେବସେନା କାର୍ଯ୍ୟକର୍ତ୍ତା ଗାନ୍ଧୀଛକରୁ ଏକ ଶୋଭାଯାତ୍ରାରେ ବାହାରି ବସ୍ତା ଥାନାରେ ପହଞ୍ଚି ନାରାବାଜି କରିଥିଲେ। ଏହି ଅବସରରେ ବସ୍ତା ଥାନା ଆଇଆଇସିଙ୍କୁ ଦେବସେନା ପକ୍ଷରୁ ଏକ ଲିଖିତ ଏତଲା ପ୍ରଦାନ କରାଯାଇଥିଲା l ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଅନୁରାଧା ରାଉଳ, ଝରଣା ସାମଲ, ଝୁନାରାଣୀ ବେହେରା, ଗୀତାରାଣୀ ବେହେରା, ସୁଦାମ ଗାଁଆଣ, ମନୋଜ ସାମଲ, ବିନୟ କେତନ ଜେନା, ପ୍ରତାପ ରାଉତ, ପ୍ରତାପରୁଦ୍ର ପାତ୍ର, ଉମେଶ ବେହେରା, ଚନ୍ଦନ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ଡିଏଫ୍‌ଓଙ୍କୁ ଜେରା କଲେ ଏସ୍‌ଡିପିଓ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri