ରାଜରାସ୍ତାରେ ଥୁଆ ହୋଇଛି ହାଣ୍ଡି, ଡେକିଚି, କଢେଇ । ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ ହେବାରୁ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସି ଗର୍ଜିଛନ୍ତି ଟେଣ୍ଡ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟ ।