Categories: ଜାତୀୟ

ରୋଷେଇ ଗ୍ୟାସ ଦର ବୃଦ୍ଧି: ମାଟି ଚୁଲି ନେଇ ବିଧାନସଭାରେ ପହଞ୍ଚିଲେ କଂଗ୍ରେସ ବିଧାୟକ

ପାଟନା,୧୯ ।୨: ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ୧୧ ଦିନ ମଧ୍ୟରେ ଦୁଇଥର ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ବିହାରରେ ଏହି ଦର ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ତୈଳଦର ଓ ଗ୍ୟାସଦର ବୃଦ୍ଧି ପ୍ରତିବାଦରେ ଶୁକ୍ରବାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାଁ, ମାଟି ଚୁଲି ଓ ଜାଳେଣି କାଠନେଇ ବିଧାନସଭା ପହଞ୍ଚିଛନ୍ତି । ସକିଲ କହିଛନ୍ତି ସେ ଏହାକୁ ସରକାରଙ୍କୁ ଉପହାର ଦେବେ । ସକିଲଙ୍କ ସହ ବିଧାୟିକା ପ୍ରତିମା କୁମାର ଓ ଅଜିତ ଶର୍ମା ବି ବିରୋଧ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ବିଧାୟକ ଅଖତରୁଲ ଇସଲାମ ସାହିନ ବି ବିରୋଧ କରିଛନ୍ତି । ସେ ସାଇକେଲ ଚଲାଇ ବିଧାନସଭାରେ ପହଞ୍ଚିଛନ୍ତି । ତଙ୍କର ଦାବି କେନ୍ଦ୍ର ସରକାର ତୈଳ ଦର କମ୍ କରନ୍ତୁ ।

Share