ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା ସମସ୍ୟାର ସମାଧାନ, ଟ୍ରକ ପରିବହନ ପରିବର୍ତ୍ତେ ଏମ୍‌ଜିଆର ସିଷ୍ଟମକୁ ତୁରନ୍ତ ତ୍ୱରାନ୍ବିତ କରିବା, ପୁରୁଣା ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଉପରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ଗଠନ, ବାହ୍ୟ ଟ୍ରେନିଙ୍ଗ ବଜେଟ୍‌ ତୁରନ୍ତ ବ୍ୟବସ୍ଥା କରିବା ସହିତ ଏନ୍‌ପିଟିଆଇ ଓ ଓ୍ବାର୍କର ଟିଚର ଟ୍ରେନିଙ୍ଗ ଆରମ୍ଭ, ସୁପରଭାଇଜର କନଭର୍ସନ ପରୀକ୍ଷା ସିପିପି ପାଇଁ ସ୍ବତନ୍ତ୍ର ଭାବରେ କରିବା ଓ ଟି-୩ ଗ୍ରେଡ୍‌ରୁ ଏସ୍‌-୦କୁ ପାରାଲାଲ କନଭର୍ସନ କରିବା,
ବିଭିନ୍ନ ବିଭାଗରେ ମାନବ ସମ୍ବଳର ଅଭାବ ପୂରଣ, ପ୍ଲାଣ୍ଟ ପରିସର ପରିଚ୍ଛନ୍ନତାକୁ ଅଗ୍ରାଧିକାର, ଗ୍ରାଚୁଇଟି ଏରିଅର ଏନ୍‌ପିଏସକୁ ଯିବା ବାବଦରେ ପ୍ରତେକ କର୍ମଚାରୀଙ୍କୁ କାଲକୁଲେସନ ସିଟ୍‌ ପ୍ରଦାନ ପାଇଁ ଦାବି ଉପସ୍ଥାପନ ଓ ପ୍ରୋତ୍ସାହନ ଭତ୍ତା ସମ୍ବନ୍ଧୀୟ ଅସାମଞ୍ଜସ୍ୟ ତୁରନ୍ତ ଦୂର ପାଇଁ ସଙ୍ଗଠନ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ସଙ୍ଗଠନର ସାଧାରଣ ସମ୍ପାଦକ ବିଭବ ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ, ସନ୍ତୋଷ ରାଉତ, ଆର୍ତ୍ତତ୍ରାଣ ସାମଲ, ଆରକେ ସିଂ, ଅଶୋକ ବେହେରା, ପ୍ରଣବ ଜେନା, ସନ୍ତୋଷ ମହାରଣା, ଶୈଳେନ୍ଦୁ ପରିଜା, ସଞ୍ଜୟ ଭୂତିଆ, କେଶବ ରଣା, ଶୁଭ୍ରାଂଶୁ ବେହେରା, ମୁନାରାମ ମାରାଣ୍ଡି, ଦୀନବନ୍ଧୁ ମିଶ୍ର, ଗୁଣ୍ଡୁରାମ ମାରାଣ୍ଡି, ସଲ ଖାନ ମୁର୍ମୁ,ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ନାଲକୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ କର୍ମକର୍ତ୍ତାମାନେ ବିକ୍ଷୋଭରୁ ଓହରିଥିଲେ।