Categories: ଜାତୀୟ

‘ଅଗ୍ନିପଥ‘ ସ୍କିମ ବିରୋଧରେ ବିହାରରୁ ରାଜସ୍ଥାନ ପର୍ଯ୍ୟନ୍ତ ବିରୋଧ

ନୂଆଦିଲ୍ଲୀ,୧୬ ।୬: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ସ୍କିମର ଘୋଷଣା କରାଯାଇଛି । ଯାହା ମାଧ୍ୟମରେ ଦେଶର ଯୁବକଙ୍କୁ ୪ ବର୍ଷ ପାଇଁ ଦେଶ ସେବା କରିବାକୁ ସୁଯୋଗ ମିଳିବ । ହେଲେ ଏହାକୁ ବିରୋଧ କରି ବିହାରଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ଯୁବବର୍ଗ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବିହାରର ନବାଦାରେ ଅଗ୍ନିପଥ ସ୍କିମକୁ ନେଇ ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ନିକଟରେ ଆକ୍ରୋଶ ଦେଖିବାକୁ ମିଳିଛି । ଏମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ପ୍ରଜାତନ୍ତ୍ର ଚୌକରେ ଭଙ୍ଗାରୁଜା କରିଛନ୍ତି । ଅନ୍ୟପଟେ ବିହାରର ଜାହାନାବାଦରେ ଟ୍ରେନ୍ ଚଳାଚଳକୁ ବନ୍ଦ କରି ଦେଇଛନ୍ତି ଓ ରାସ୍ତାରେ ଟାୟାର ଜାଳିଛନ୍ତି ।
ସେହିପରି ଅଗ୍ନିପଥ ସ୍କିମର ବିରୋଧ କରି ରାଜସ୍ଥାନ ଜୟପୁରର କଲବର ରୋଡରେ ଯୁବବର୍ଗ ଏକାଠି ହୋଇ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

Share