ପ୍ୟାରିସରେ ପୁଣି ତେଜିଲା ହିଂସା, ସରକାରୀ ସମ୍ପତ୍ତି ନଷ୍ଟ

ପ୍ୟାରିସ,୨୪।୯: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପୁଣି ଥରେ ହିଂସା ଦେଖାଦେଇଛି। ପ୍ରାୟ ତିନିମାସ ପୂର୍ବେ ପୋଲିସ ଗୁଳିମାଡରେ ଏକ ଯୁବକଙ୍କ ମୃତ୍ୟୁ ପରେ ପ୍ୟାରିସବାସୀ ରାସ୍ତାକୁ ଓହ୍ଲାଇଥିଲେ। ତେବେ ୩ମାସର ଶାନ୍ତି ପରେ ପ୍ୟାରିସରେ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ବିକ୍ଷୋଭକାରୀମାନେ ପୋଲିସକୁ ଟାର୍ଗେଟ କରୁଛନ୍ତି। ହିଂସାରେ ସରକାରୀ ସମ୍ପତ୍ତି ସହ ବ୍ୟାଙ୍କ ଏବଂ ସରକାରୀ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ସରକାର ବିକ୍ଷୋଭକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିରୋଧ ପ୍ରଦର୍ଶନକୁ ନେଇ ଫ୍ରାନ୍ସ ସରକାର କହିଛନ୍ତ, ଏହା ଗ୍ରହଣୀୟ ନୁହେଁ। ସରକାର ଏହାକୁ କଡା ନିନ୍ଦା କରିଛନ୍ତି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ତାଙ୍କ ଗାଡିରେ ଫସି ଯାଇଥିଲେ, ଯାହାଙ୍କୁ କୌଣସି ପ୍ରକାରେ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ତିନିମାସ ପୂର୍ବେ ପ୍ୟାରିସରେ ଟ୍ରାଫିକ ଚେକିଂ ସମୟରେ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣାକୁ ନେଇ ଲୋକମାନେ ବିରୋଧ ଆରମ୍ଭ କରିଥିଲେ।

Share