ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣା: ନିଯୁକ୍ତପତ୍ର ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ, ବିଇଓ ଅଫିସ ସମ୍ମୁଖରେ ଧାରଣା

ଝରିଗାଁ,୭।୧୦(କିଶୋର ଚନ୍ଦ୍ର ମଣ୍ତଳ): ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣାରେ ନିଯୁକ୍ତପତ୍ର ପାଇଥିବା ନୂତନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସମ୍ପୃକ୍ତ ଗ୍ରାମରେ ରହିଥିବା କ୍ରିୟାନୁଷ୍ଠାନ କମିଟି ବାରଣ କରିଛି। ଯାହାଫଳରେ କାର୍ଯ୍ୟରେ ଯୋଗ ଦେଇପାରିନଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ ଦିନ ୧୧ଟାରୁ ସନ୍ଧ୍ୟା ୬ଟା୩୦ମିନିଟ୍‌ ପର୍ଯ୍ୟନ୍ତ ବିଇଓ ଅଫିସ ସମ୍ମୁଖରେ ଧାରଣାରେ ବସିରହି ନ୍ୟାୟ ଦାବି କରିଥିଲେ। ସେହିପରି ପୂର୍ବରୁ ଜିଲାଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟ ଏହାକୁ ପ୍ରତିବାଦ କରି ବିରୋଧ କରିଥିଲେ । ଏପରିକି ସମ୍ପୃକ୍ତ ନୂତନ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ବିଇଓ ଅଫିସ ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ଏହାଦେଖି ବିଇଓ ଜଗନ୍ନାଥ ଧରୁଆ ସମୃକ୍ତ ନୂତନ ଶିକ୍ଷକମାନଙ୍କୁ ନିଜ ନିଜ ବିଦ୍ୟାଳୟରେ ୪ଟା ପର୍ଯ୍ୟନ୍ତ ରହିବାକୁ କହିଥିଲେ । ଉଭୟ ପକ୍ଷରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଦେଖିବାକୁ ମିଳିଛି l ଖବର ପାଇ ପୋଲିସ ଏସ ଆଇ ଲକ୍ଷ୍ମୀ ନାରାୟଣ ଦୋରା, ଏଏସଆଇ କେଦାର ନାଥ ରାଉତ ଘଟଣା ସ୍ଥଳେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ।  ସୋମବାର ଝରିଗାଁ ବ୍ଲକରେ ୪୪ଜଣ ନୂତନ କନିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୪୯ଜଣ ଶିକ୍ଷୟତ୍ରୀ ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇନଥିବା ବିଇଓ ଜଗନ୍ନାଥ ଧରୁଆ ସୂଚନା ଦେଇଛନ୍ତି ।

Share