କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପୁଇଁତଲା ବ୍ଳକ ଘେରାଉ

ବଲାଙ୍ଗୀର ଅଫିସ,୯।୧୧: କୁଷ୍ଠାଶ୍ରମ ଅନ୍ତେବାସୀମାନେ ବୁଧବାର ପୁଇଁତଲା ବ୍ଳକ ଘେରାଉ କରିଛନ୍ତି। କୁଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀରେ ବାହାର ଲୋକଙ୍କ ରହିବାକୁ ବିରୋଧ କରି କୁଷ୍ଠାଶ୍ରମ ଅନ୍ତେବାସୀମାନେ ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି । ଧାରଣାସ୍ଥଳରେ ପୁଇଁତଲା ବ୍ଳକ ବିଡ଼ିଓ ଯୁଧିଷ୍ଠିର ନାୟକ, ତହସିଲଦାର ରୋହିତ ଭୋଇ, ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ ଓ ଅନ୍ୟମାନେ ଉପସ୍ଥିତ ରହି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେମାନେ ପ୍ରତିଶ୍ରୁତି ଦେବାପରେ ଦୀର୍ଘ ଅଢ଼େଇ ଘଣ୍ଟା ପରେ ଅନ୍ତେବାସୀମାନେ ଆନ୍ଦୋଳନରୁ ଉଠିଥିଲେ।

Share