ଖସୁଛି ପାରଦ: ଘନ କୁହୁଡ଼ିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଜି. ଉଦୟଗିରି,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହରରେ ୩ ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲ୍‌ସିୟସ ରହିଥିବା କୃଷି ଗବେଷଣା କେନ୍ଦ୍ରର ଅଧିକାରୀ ସତ୍ୟ ନାରାୟଣ ମହାନ୍ତି କହିଛନ୍ତି । ପାରଦ ଦିନକୁ ଦିନ କମିବାରେ ଲାଗିଛି । ରବିବାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବା ବେଳେ ସୋମବାର ୯.୬ ଡିଗ୍ରୀ ଓ ମଙ୍ଗଳବାର ଏହା ତଳକୁଖସି ୭.୨ ଡିଗ୍ରୀ ରହିଛି ।
ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଜନ ଜୀବନ ପ୍ରବାଭିତ ହେଉଛି । ଅନ୍ୟପକ୍ଷେ ଘନକୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଗାଡି ଚଳାଚଳରେ ଅସୁବିଧା ହେଉଛି । ଏଣେ ଶୀତର ମଜା ନେବା ସହ ପ୍ରାକୃତିକ ପରିବେଶକୁ ଉପଭୋଗ ପାଇଁ ପର୍ଯ୍ୟଟକମାନେ ଆସୁଛନ୍ତି।

Share