ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିବା ସହ ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ଡ୍ରାଇଭର ସଂଘର ଶତାଧିକ ଲୋକେ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅତିରିକ୍ତ ତହସିଲଦାର ବିରୋଧରେ ଆଇନ୍‌ଗତ କାଯର୍‌ୟାନୁଷ୍ଠାନ ପାଇଁ କଟକ ଗ୍ରାମାଞ୍ଚଳ ଏସ୍‌ପି ଓ ପୋଲିସ ଉପଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ, ଗତ ୧୮ତାରିଖ ରାତିରେ ଏକ ବାଲି ବୋଝେଇ ଟ୍ରକ ଅସୁରେଶ୍ୱର ବଜାର ବାଟ ଦେଇ ଯାଉଥିଲା। ଏହି ଗାଡିକୁ ବିଜୟ କୁମାର ଦାଶ ଚଳାଉଥିଲେ। ଏହି ସମୟରେ ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲ ଦାର କ୍ରିଷ୍ଣା ପାଢ଼ୀ ଉକ୍ତ ଗାଡିକୁ ଅଟକାଇ ଦୁର୍ବ୍ୟବହାର କରିଥିଲେ।

Share