ଓପିଜିସି ପ୍ରକଳ୍ପ ଫାଟକ ସମ୍ମୁଖରେ ବିକ୍ଷୋଭ

ଲଖନପୁର,୧୬।୨୦(ଡି.ଏନ୍‌.ଏ): ୧୧ଦଫା ଦାବି ନେଇ ଓପିଜିସିର ଅଧିକାରୀ ଓ କର୍ମଚାରୀମାନେ ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓ ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରକଳ୍ପ ଫାଟକ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଧ୍ୟାହ୍ନ ଭୋଜନ ସମୟରେ ୧୫ ମିନିଟ୍‌ ଏହି ଆନ୍ଦୋଳନ ହୋଇଛି। ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏଥିରେ ଓପିଜିସି ଅଫିସସ ଆସୋସିଏଶନ, ଓପିଜିସି ଏମ୍ଲୋଇଜ ୟୁନିୟନ ଓ ଇବ ଥର୍ମାଲ ଏମ୍ଲୋଇଜ ୟୁନିୟନ ସାମିଲ ହୋଇଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ପେନ୍‌ସନ୍‌, ମେଡିକାଲ ସୁବିଧା, ବେତନ ବୃଦ୍ଧି, ପଦୋନ୍ନତି ଆଦି ରହିଛି । ଏ ନେଇ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରି ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛନ୍ତି । ଏହାର ପ୍ରତିବାଦରେ ଗତ ଫେବୃୟାରୀ ୨୫ ତାରିଖରୁ ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରି ଆସୁଛନ୍ତି । ପରେବି କମ୍ପାନୀ କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ଆଲୋଚନା ନ କରି ଚୁପ ରହିଛନ୍ତି । ଯାହା ଫଳରେ ଆନ୍ଦୋଳନକାରୀମାନେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

Share