ବାରିପଦା ଅଫିସ,୩।୮: ମୟୂରଭଞ୍ଜ ଜିଲା ବାରିପଦା ପିଆର୍ଏମ୍ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଞ୍ଜସେନା ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେଠାକାର ଅନଭିଜ୍ଞ ସୁପରିଟେଣ୍ଡେଣ୍ଟକୁ ବଦଳି, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ତୁରନ୍ତ ସୁଧାରି ଜନସାଧାରଣଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଆନ୍ଦୋଳନ କରିଛନ୍ତି। ଚିକିତ୍ସାରେ ଅବହେଳା କରୁଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେମାନେ କହିଛନ୍ତି।