ସିଂହପୁର,୧୮ା୧୦(ଅନଙ୍ଗ ଉଦୟ ବେଉରିଆ): ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କନ୍ଜ୍ୟୁମର ଆସୋସିଏଶନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାଳମୁକୁଳି ଇଲେକ୍ଟ୍ରିକାଲ ଏସ୍ଡିପିଓ ଅଫିସ୍ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି। ଘନଘନ ବିଜୁଳି କାଟ୍ ବନ୍ଦ, ପ୍ରସ୍ତାବିତ ପ୍ରିପେଡ୍ ମିଟର ସମ୍ପୂର୍ଣ୍ଣ ବାତି,ବସାଯାଇଥିବା ମିଟରଗୁଡ଼ିକୁ ସଂଶୋଧନ କରାଯାଇ ଆଦାୟ ହୋଇଥିବା ବର୍ଦ୍ଧିତ ବିଲ ଉପଭୋକ୍ତାମାନଙ୍କୁ ତୁରନ୍ତ ଫେରସ୍ତ, ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦କୁ ବାତିଲ କରି ସମସ୍ତ ଉପଭୋକ୍ତାଙ୍କୁ ସର୍ବନିମ୍ନ ୨୦୦ ଯୁନିଟ୍ ବିଜୁଳି ମାଗଣାରେ ଯୋଗାଇଦେବା ଆଦି ଦାବିରେ ଏହି ବିକ୍ଷୋଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାମଦେବ ମଲ୍ଲିକ, ଶ୍ରୀଧର ମଲ୍ଲିକ, ଭାସ୍କର ଦାସ, ଦଶରଥ ମଲ୍ଲିକ,ଅଚ୍ୟୁତ ସେଠୀ, ତ୍ରିଲୋଚନ ମଲ୍ଲିକ, ହରେକୃଷ୍ଣ ଯେନା, ହୃଦାନନ ମଲ୍ଲିକ, ଜୟରାମ ମଲ୍ଲିକ, କାଳିନ୍ଦୀ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।