ତହସିଲ ଆଗରେ ଧାରଣା ଦେଲେ ବୃଦ୍ଧା ଦମ୍ପତି

ଗଞ୍ଜାମ,୯।୨(ଡି.ଏନ୍‌.ଏ): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ଆଗରେ ନିଜ ହକ ପାଇଁ ଦୁଇ ବୃଦ୍ଧା ଦମ୍ପତି ଧାରଣାରେ ବସିଛନ୍ତି। ତହସିଲଦାର ଅରୁଣ ନାୟକ ନିର୍ବାଚନ ତାଲିମ ପାଇଁ ତିନି ଦିନ ଛୁଟିରେ ଯାଇଥିବା ବେଳେ ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ଏସ୍‌ଆଇ ନାରାୟଣ କହର, ସୁରେନ୍ଦ୍ର ପଡ଼ି଼ହାରୀ ତହସିଲ କାର୍ଯ୍ୟାଳୟ ଯାଇ ବୁଝାସୁଝା କରିଥିଲେ ମଧ୍ୟ ଶୁଣି ସେମାନେ ଧାରଣାରୁ ଉଠି ନ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ରମ୍ଭା ଥାନା ପୋଇରସି ଗ୍ରାମର ଜଗନ୍ନାଥ ସାହୁଙ୍କ ନିଜ ଜମିରେ ଘର କରିବାକୁ ପ୍ରଶାସନ ବାରଣ କରୁଥିବା ଅଭିଯୋଗରେ ସେ ଓ ତାଙ୍କ ସ୍ତ୍ରୀ ଝୁନୁ ସାହୁ ଏହି ଧାରଣା ଦେଇଥିବା ଜଣାପଡିଛି। ଅନ୍ୟପଟେ ଗ୍ରାମବାସୀ ବ୍ୟବହାର କରୁଥିବା ଜଳାଶୟକୁ ଜଗନ୍ନାଥ ନିଜ ଜାଗା କହୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Share