ସ୍ବାଧୀନ ପାଲେଷ୍ଟାଇନ୍‌ ପାଇଁ ନ୍ୟୁୟର୍କରେ ବିକ୍ଷୋଭ

ନ୍ୟୁୟର୍କ,୧୫।୧୦: ପାଲେଷ୍ଟାଇନ୍‌କୁ ମୁକ୍ତ କର ଦାବିରେ ଆମେରିକାର ନ୍ୟୁୟର୍କରେ ଶୁକ୍ରବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀ ବୋମାମାଡ଼କୁ ବିରୋଧକରି ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ। ଇସ୍ରାଏଲ୍‌ ଦଖଲରୁ ମୁକ୍ତ କରି ପାଲେଷ୍ଟିନୀୟ ଅଞ୍ଚଳକୁ ସ୍ବାଧୀନ କରିବା ପାଇଁ ବିକ୍ଷୋଭକାରୀମାନେ ଆହ୍ବାନ ଦେଇଛନ୍ତି। ଏହି ବିକ୍ଷୋଭରେ ବିଭିନ୍ନ ଧର୍ମ ଓ ଦେଶର ଲୋକେ ସାମିଲ ହୋଇଥିଲେ। ଇସ୍ରାଏଲ୍‌ ଗଣହତ୍ୟା ଚଳାଇଛି। ଏହି ମଧ୍ୟପ୍ରାଚ୍ୟ ସହଯୋଗୀଠାରୁ ଆମେରିକା ସମର୍ଥନ ପ୍ରତ୍ୟାହାର କରୁ ବୋଲି ସେମାନେ ଦାବି କରିଛନ୍ତି।

Share