ପାଟଣା,୧୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ କଣ୍ଟିଆପଡ଼ା ପଞ୍ଚାୟତ ମଧୁବନ ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏ ନେଇ ସୋମବାର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶତାଧିକ ମହିଳା, ପୁରୁଷ ଗରାବାଲ୍ଟି ରଖି ଧାରଣା ଦେଇଥିଲେ। ଦିନ ୧୨ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ଯାଇ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, କଣ୍ଟିଆପଡ଼ା ପଞ୍ଚାୟତର ମଧୁବନ ସାହିକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ୨ ମାସରୁ ଊଦ୍ଧର୍ବ ହେବ ପଞ୍ଚାୟତ ପ୍ରଶାସନ ବିଦ୍ୟୁତ ବିଲ ପୈଠ କରି ନ ଥିବାରୁ ବିଭାଗ ପକ୍ଷରୁ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଫଳରେ ସାହିକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଏନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସାହି ବାସିନ୍ଦା ଧାରଣା ଦେଇଥିଲେ। ପିଇଓ ରାମେଶ୍ୱର ମହାନ୍ତ ବିଳମ୍ବରେ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଫାଟକ ସମ୍ମୁଖରେ ଅଟକ ରଖିଥିଲେ। ପରେ ସରପଞ୍ଚ ଲିନା ନାଏକ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରିବା ସହ ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି ପରେ ଲୋକେ ଧାରଣାରୁ ଉଠିଥିଲେ।